ଭଦ୍ରକରେ ଘର ଯାଜପୁରରେ ଜମି, ଚାଷ ପାଇଁ ସରକାରୀ ସହାୟତା କିଏ ଦେବ ଜଣାପଡ଼ୁନି !

Jajpur

ଭଦ୍ରକ: ନଈ ଏପାରିରେ ଜୀବନ, ଆର ପାରିରେ ଜୀବିକା । ଘର ଭଦ୍ରକ ଜିଲ୍ଲାରେ, ହେଲେ ଜମି ଯାଜପୁର ଜିଲ୍ଲାରେ । ପୁରୁଷ ପୁରୁଷ ଧରି ଭରା ବୈତରଣୀ ନଦୀ ପାର ହୋଇ ଚାଷ କରୁଛନ୍ତି ଶହ ଶହ ଚାଷୀ । ଆଉ କେତେବେଳେ ବନ୍ୟା ତ କେତେବେଳେ ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି ।

Farmer Bhadrak

ସବୁଠାରୁ ବଡ଼ କଥା ହେଲା, ଯାଜପୁର ଜିଲ୍ଲାରେ ଜମି ରହିଥିବାରୁ କୌଣସି ସରକାରୀ ସହାୟତା ସେମାନଙ୍କୁ ମୁଳୁନାହିଁ । ଚାଷୀଙ୍କ ହିତ ପାଇଁ ସରକାର ଯେତେ ସବୁ ଯୋଜନା କରୁଛନ୍ତି ସେଥିରୁ ଏମାନେ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି ।

Farmer Bhadrak

ଚାନ୍ଦବାଲି ବ୍ଲକ ଦୋହରା ଗାଁର ଅଧିକାଂଶ ଚାଷୀଙ୍କ ଘର ଭଦ୍ରକ ଜିଲ୍ଲାରେ ହୋଇଥିବା ବେଳେ ଜମି ସବୁ ଯାଜପୁରରେ ରହିଛି । ଆଉ ଜୀବନ ଜୀବିକା ପାଇଁ ବୈତରଣୀ ନଦୀର ପ୍ରଖର ସୁଅକୁ ହୁଲି ଡଙ୍ଗାରେ ପାର କରି ଚାଷ କରୁଛନ୍ତି ଲୋକେ । ହେଲେ ପ୍ରାକୃତିକ ବିପର୍ଯ୍ୟୟ ଏମାନଙ୍କ ପିଛା ଛାଡୁନାହିଁ । କେତେବେଳେ ବନ୍ୟା ତ କେତେବେଳେ ମରୁଡ଼ିରେ ନଷ୍ଟ ହେଉଛି ଚାଷ । ମାତ୍ର ଜମି ପଡୋଶୀ ଜିଲ୍ଲାରେ ରହିଥିବାରୁ କୌଣସି ପ୍ରକାର ସହାୟତା ମିଳୁନଥିବା ଅଭିଯୋଗ କରିଛନ୍ତି ଚାଷୀ ।

Farmer Bhadrak

ଯାଜପୁର ଜିଲ୍ଲାରେ ଏକର ଏକର ଜମି ରହିଥିବାରୁ ପୁରୁଷପୁରୁଷ ଧରି ଚାଷ କରୁଛନ୍ତି ଦୋହରା ଅଞ୍ଚଳର ଚାଷୀ । ମୁଗ, ବିରି ଓ ଧାନ ସହ ବିଭିନ୍ନ ପନିପରିବା ଚାଷ କରୁଛନ୍ତି । ହେଲେ ଘର ଭଦ୍ରକ ଜିଲ୍ଲାରେ ହୋଇଥିବାରୁ ଚାଷ ପାଇଁ ବିହନ କିମ୍ବା ଅନ୍ୟାନ୍ୟ ସୁବିଧା ସୁଯୋଗ ଯାଜପୁର ମିଳୁନଥିବା କହିଛିନ୍ତି ଚାନ୍ଦବାଲି ଭିଏଲଡବ୍ଲୁ ।

Leave a Reply