ମହଙ୍ଗା ପଡ଼ିଲା ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ, ଲାଗିଲା ଏହିସବୁ ସଙ୍ଗୀନ ଦଫା

ନୟାଗଡ଼: ନୟାଗଡ଼ ଯଦୁପୁରରେ ନନ୍ଦିଘୋଷ ଟିଭି ରିପୋର୍ଟର ଓ କ୍ୟାମେରାମ୍ୟାନ୍‌ଙ୍କୁ ଆକ୍ରମଣ ମାମଲାରେ ୨ ଜଣଙ୍କୁ ଗିରଫ କରିଛି ନୟାଗଡ଼ ସଦର ଥାନା ପୋଲିସ । ଗିରଫ ଦୁଇଜଣ ହେଲେ ଦୀପକ ଦଳବେହେରା ଓ ଅନିଲ ରାଉତ । ତେବେ ଏପର୍ଯ୍ୟନ୍ତ ଧରାପଡିନାହାନ୍ତି ମୁଖ୍ୟ ଅଭିଯୁକ୍ତ ଯତୀନ ମହାନ୍ତି । ଏଥିସହ ବିଜେପି ନେତ୍ରୀ ଇରାନୀ ରୟଙ୍କୁ ଗିରଫ କରିବାକୁ ନୟାଗଡ଼ବାସୀ ଦାବି କରିଛନ୍ତି । ସେମାନଙ୍କ ନାଁରେ କେସ୍ ନମ୍ବର ୧୭୭/୨୦ରେ ମାମଲା ରୁଜୁ ହୋଇଛି । ଉଭୟଙ୍କ ନାଁରେ ସଂଗୀନ୍ ଦଫା ଲାଗିଛି । ଆଇପିସି ଧାରା ୩୪୧, ୩୨୩, ୨୯୪, ୩୩୬, ୪୨୭, ୫୦୬, ୩୦୭, ୧୦୯/୩୪ ଦଫା ଲାଗିଛି ।

ତେବେ ଏନେଇ ନୟାଗଡ଼ ଅତିରିକ୍ତ ଏସ୍‌ପି ଏହି ସୂଚନା ଦେଇଛନ୍ତି । ଗିରଫ ଦୁଇ ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏଥିସହ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଚାଲିଛି । ଘଟଣା ପଛରେ କାହାର ହାତ ଅଛି, ସେନେଇ ଅନୁସନ୍ଧାନ ଚାଲିଥିବା ଅତିରିକ୍ତ ଏସପି କହିଛନ୍ତି । ଗତକାଲି ବିଜେପି ପଦଯାତ୍ରା ଖବର ସଂଗ୍ରହ ବେଳେ ଗୁଣ୍ଡାରାଜ କରିଥିଲେ ବିଜେପି କର୍ମୀ । ଲେଖାଶ୍ରୀ ସାମନ୍ତସିଂହାର, ଇରାନୀ ରାୟ, ବିଭୁ ତରାଇ ଓ ପୃଥ୍ୱୀରାଜ ହରିଚନ୍ଦନଙ୍କ ପରି ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନନ୍ଦିଘୋଷ ଟିଭି ରିପୋର୍ଟର ଓ କ୍ୟାମେରାମ୍ୟାନ୍‌ଙ୍କ ଉପରେ ଆକ୍ରମଣ ହୋଇଥିଲା । ଆକ୍ରମଣରେ ଗୁରୁତର ହୋଇ ସେମାନେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

Leave a Reply