ଫେଲ୍ ମାରିଲା ଲୁଟ୍ ଯୋଜନା, ରାଗିକି ପୋଡ଼ିଦେଲେ ଏଟିଏମ୍

ମୟୂରଭଞ୍ଜ: ମାତିଛନ୍ତି ଏଟିଏମ ଲୁଟେରା । ଲକଡାଉନରେ ରାସ୍ତାଘାଟ ଖାଁ ଖାଁ ହେଉଯାଉଥିବା ବେଳେ ଏଟିଏମରୁ ଚୋରି କରିବାକୁ ନିରାପଦ ଭାବିଛନ୍ତି ଲୁଟେରା । ଟିକିଏ ମଉକା ପାଇଲା ମାତ୍ରେ ଲୁଟକୁ ସଫଳ କରିବାକୁ ଉଦ୍ୟମ କରୁଛନ୍ତି ଏମାନେ । ସଫଳ ମଧ୍ୟ ହେଉଛନ୍ତି କିନ୍ତୁ ଏଥର ଫେଲ୍ ମାରିଲା ଯୋଜନା । ବୃଥାରେ ଗଲା ସବୁ ପରିଶ୍ରମ । ତାପରେ ଅନ୍ୟ ଉପାୟ ନପାଇ ଶେଷରେ ଦୁର୍ବୃତ୍ତ ପୋଡ଼ିଦେଲେ ଏଟିଏମ । ଘଟଣା ଘଟିଛି ଜିଲ୍ଲା ଉଦଳା କଲେଜ ରାସ୍ତାରେ  ।

ସୂଚନା ଅନୁସାରେ, ମୟୂରଭଞ୍ଜରେ ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ ପରେ ଏଟିଏମ ମେସିନ ପୋଡିଲେ ଦୁର୍ବୃତ୍ତ ।  ଗତକାଲି ବିଳମ୍ବିତ ରାତିରେ ରାସ୍ତା ଶୂନଶାନ ଦେଖି  ପ୍ରଥମେ ଏଟିଏମ୍ ଲୁଟିବାକୁ ଚେଷ୍ଟା କରିଥିଲେ ଦୁର୍ବୃତ୍ତ । ବହୁ ସମୟ ଏଟିଏମ ଲୁଟିବାକୁ ଚେଷ୍ଟା କରିବା ପରେ ଶେଷରେ ବିଫଳ ହେବାରୁ ଏଟିଏମ୍ ମେସିନ ପୋଡି ଦେଇଛନ୍ତି ଲୁଟେରା । ଘଟଣାସ୍ଥଳରୁ ପୋଲିସ ଗ୍ୟାସ କଟର ମେସିନ ଜବତ କରିଛି ।  ତେବେ ଟଙ୍କା ଲୁଟ୍ ହୋଇଛି କି ନାହିଁ ତାହା ଜଣା ପଡିନାହିଁ  । ପୋଲିସ ତଦନ୍ତ ଜାରି ରଖିଛି।

Leave a Reply