୪ ପ୍ରଭାବିତ ଜିଲ୍ଲାରେ କେନ୍ଦ୍ରୀୟ ଟିମର କ୍ଷୟକ୍ଷତି ଆକଳନ, ଆଜି ଯାଜପୁର ବନ୍ୟାଞ୍ଚଳ ପରିଦର୍ଶନ କରୁଛି ଟିମ୍

ଭୁବନେଶ୍ୱର: ବନ୍ୟା ବିଭୀଷିକାର ଚାଲିଛି ହିସାବ କିତାବ । କେତେ ଭାଙ୍ଗିଛି କେତେ ଭାସିଛି ତାର ଆକଳନ କରୁଛି କେନ୍ଦ୍ରୀୟ ପ୍ରତିନିଧି ଦଳ । ୨ଟି ଭାଗରେ ବିଭକ୍ତ ହୋଇ ପ୍ରଭାବିତ ୪ ଜିଲ୍ଲାରେ ବନ୍ୟା କ୍ଷୟକ୍ଷତିର ଆକଳନ କରୁଛି ଟିମ୍ । ଟିମରେ ଅର୍ଥ, କୃଷି, ଜଳ ସମ୍ପଦ, ପରିବହନ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ସଦସ୍ୟ ସାମିଲ ଅଛନ୍ତି ।

ଯାଜପୁରର ସର୍ବାଧିକ କ୍ଷତିଗ୍ରସ୍ତ ବରୀ,ବିଂଝାରପୁର ଓ ଦଶରଥପୁରରେ ବନ୍ୟା ବିପନ୍ନଙ୍କୁ ଭେଟିଛି ଟିମ୍ । ଜିଲ୍ଲାପାଳଙ୍କ ନେତୃତ୍ୱରେ ପ୍ରଶାସନିକ ଟିମ କେନ୍ଦ୍ରୀୟ ଟିମ ସାଙ୍ଗରେ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲୁଛନ୍ତି । ଅନୁଧ୍ୟାନ ପରେ ଆଜି ଅପରାହ୍ନରେ ରାଜ୍ୟ ସରକାରଙ୍କ ସହ ଟିମ ଆଲୋଚନା କରିବ ।

ଏହାପରେ ଟିମ ଆଜି ଦିଲ୍ଲୀ ଫେରିଯାଇ ରିର୍ପୋଟ ଦେବ । ଗତକାଲି ଟିମ୍ ଭଣ୍ଡାରୀପୋଖରୀ, ଧାମନଗର, ଚାନ୍ଦବାଲି, ତିହିଡ଼ି ବ୍ଲକ ବୁଲି ସ୍ଥିତି ଅନୁଧ୍ୟାନ କରିଛି । ସେହିପରି ଆଉ ଏକ ଟିମ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କରିଛି ।

Leave a Reply