ବିଧାନସଭା ଅଧିବେଶନ ନେଇ ବାଚସ୍ପତିଙ୍କ ବୈଠକ, ଦୁଇଦିନ ପୂର୍ବରୁ ବିଧାୟକଙ୍କ ହେବ କରୋନା ଟେଷ୍ଟ

ଭୁବନେଶ୍ୱର: ବିଧାନସଭାର ଆଗାମୀ ମୌସୁମୀ ଅଧିବେଶନ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । କୋଭିଡ୍‌ ନିୟମ ପାଳନ କରି କିପରି ଅଧିବେଶନ ବସିବ, ତା’ ଉପରେ ଆଲୋଚନା ହୋଇଥିଲା । ବୈଠକରେ ମନ୍ତ୍ରୀ ନକିଶୋର ଦାସ, ବିକ୍ରମ କେଶରୀ ଆରୁଖ, ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସହ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ବିଧାନସଭା ବସିବାର ଦୁଇଦିନ ପୂର୍ବରୁ ବିଧାୟକଙ୍କର ହେବ କରୋନା ଟେଷ୍ଟ । ବିଧାନସଭା ପରିସରରେ ହେବ ଟେଷ୍ଟ । ଆର ଟି ପିସିଆର ଟେଷ୍ଟ କରାଇବ । ଯେଉଁମାନଙ୍କର ନେଗେଟିଭ ରିପୋର୍ଟ ଆସିବ, ସେମାନଙ୍କୁ ବିଧାନସଭା ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ । ୫ ଦିନ ପରେ ଆଉ ଥରେ ଟେଷ୍ଟ ହେବ । ଯେଉଁ ବିଧାୟକ ମାନଙ୍କର ପଜିଟିଭ ବାହାରିବ ସେମାନଙ୍କୁ ପ୍ରବେଶ ଅନୁମତି ମିଳିବନି ।

ବିଧାନସଭା ଆସିବା ସମୟରେ କରୋନା ଲକ୍ଷଣ ଦେଖା ଗଲେ ଆଣ୍ଟିଜେନ ଟେଷ୍ଟ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ବିଧାନସଭା ଅଧିବେସନ ବିଧାନସଭା ପରିସରରେ ହିଁ ବସିବ। ଯେଉଁମାନଙ୍କର ବୟସ ୬୦ ବର୍ଷରୁ ଉର୍ଦ୍ଧ ସେମାନଙ୍କ ପାଇଁ ସ୍ୱତନ୍ତ୍ର ସିଟ୍ ଆରେଞ୍ଜମେଣ୍ଟ କରାଯିବ । ଯେଉଁ ବିଧାୟକ ମାନେ ବିଧାନସଭା ଆସିବେ ସେମାନେ ସଙ୍ଗରୋଧରେ ରହିବେ । ସେମାନେ କାହା କଣ୍ଟାକ୍ଟରେ ଆସିବେନାହିଁ ବୋଲି ଆଗାମି ମୌସୁମୀ ଅଧିବେଶନ ପାଇଁ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ହୋଇଛି ।

Leave a Reply