ଲଗାଣ ବର୍ଷାରେ ବେହାଲ ଆସାମ୍… ୨୬ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଶତାଧିକ ନିଖୋଜ

assam flood 2020, 28 lakh people affected in 26 districts

ଆସାମ: ବ୍ରହ୍ମପୁତ୍ର ନଦୀରେ ବନ୍ୟା ପରିସ୍ଥିତି ଆସାମରେ ଭୟଙ୍କର ରୂପ ନେଇଛି । ବନ୍ୟା ଯୋଗୁଁ ଅନେକ ଘର ଏବଂ ଫସଲ ନଷ୍ଟ ହୋଇଯାଇଛି। ଏହା ବ୍ୟତୀତ ଅନେକ ସ୍ଥାନରେ ରାସ୍ତା ଏବଂ ପୋଲ ଭାଙ୍ଗିଯାଇଛି। ଆସାମରେ ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି ଯୋଗୁଁ ମଣିଷମାନଙ୍କ ସହିତ ପଶୁମାନଙ୍କ ଜୀବନ ବିପଦରେ ପଡିଛି । ଆସାମର ୩୩ ଜିଲ୍ଲା ମଧ୍ୟରୁ ୨୬ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।  ଆସାମ ଓ ପଡ଼ୋଶି ନେପାଳ ସୀମାରେ ୪୦ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

ବନ୍ୟାରେ ଶତାଧିକ ଲୋକ ନିଖୋଜ ମଧ୍ୟ ହୋଇଯାଇଛନ୍ତି । ଏହା ସହ ୧୮୯ ଜଣଙ୍କର ମୃତ୍ୟୁ ହୋଇଥିବା ସରକାର ସୂଚନା ଦେଇଛନ୍ତି । ବନ୍ୟାରେ ଆସାମର ୨୮ ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି । ୪୮ ହଜାର ଲୋକଙ୍କୁ ୬୪୯ଟି ରିଲିଫ୍ କ୍ୟାମ୍ପରେ ରଖାଯାଇଛି । ୧ଲକ୍ଷ ୧୮ ହଜାର ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି  । ଆସାମ କାଜିରଙ୍ଗା ଜାତୀୟ ଉଦ୍ୟାନରେ ଶତାଧିକ ଜୀବଜନ୍ତୁ ପ୍ରାଣ ହରାଇଥିବା ସୂଚନା ମିଳିଛି । ବନ୍ୟା ପରିସ୍ଥିତି ନେଇ ଗତକାଲି ପ୍ରଧାନମନ୍ତ୍ରୀ ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।

ବିହାର, ଆସାମ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡ଼ୁ, ହିମାଚଂଳପ୍ରଦେଶ ଓ ଉତ୍ତରାଖଣ୍ଡ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି  ।  ବନ୍ୟା  ଜଟିଳ ପରିସ୍ଥିତି ସୃଷ୍ଟି କରିଛି ବୋଲି ଆସାମ ଜଳସଂପଦ ମନ୍ତ୍ରୀ କେଶବ ମାହାନ୍ତ କହିଛନ୍ତି  ।

ଗୋଟିଏ ପଟେ କରୋନା ମହାମାରୀ ବିରୁଦ୍ଧରେ ରାଜ୍ୟ ଲଢେଇ କରୁଥିବା ବେଳେ ଅନ୍ୟପଟେ ବନ୍ୟା ପରିସ୍ଥିତି ରାଜ୍ୟକୁ ସଂକଟ ଘେରକୁ ଟାଣିନେଇଛି  ।ବ୍ରହ୍ମପୁତ୍ର ନଦୀରେ ପ୍ରବଳ ପାଣିଆସିବା ଫଳରେ ପ୍ରଳୟଙ୍କାରୀ ବନ୍ୟା ପରିସ୍ଥିତି ଦେଖାଯାଇଛି । ବନ୍ୟାରେ ଭାରତ ସମେତ ଚୀନ୍ ଓ ବାଂଲାଦେଶରେ ଅଧିକ ମାତ୍ରାରେ ଫସଲ ନଷ୍ଟ ହୋଇଛି ।

 

(ନନ୍ଦିଘୋଷ ବ୍ୟୁରୋ)

Leave a Reply