ଲକଡାଉନ କାରଣରୁ ଆପଣଙ୍କ ଚାକିରିର ବୟସ ସୀମା ସରିଯାଇଛି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର

1 min read

ଉତ୍ତରାଖଣ୍ଡ: କୋଭିଡ -୧୯ ମହାମାରୀ କାରଣରୁ ଯେଉଁମାନଙ୍କର ସରକାରୀ ଚାକିରି ପାଇଁ ବୟସ ସୀମା ଅତିକ୍ରମ କରିଯାଇଛି ସେମାନଙ୍କ ପାଇଁ ଖୁସି ଖବର ରହିଛି । ହଜାର ହଜାର ଆବେଦନକାରୀଙ୍କୁ ଉତ୍ତରପ୍ରଦେଶ ସରକାର ଏକ ସୁଯୋଗ ଦେବାକୁ ଯାଉଛନ୍ତି । ସମସ୍ତ ଆବେଦନକାରୀ ପୁନର୍ବାର ସରକାରୀ ଚାକିରି ପାଇଁ ଆବେଦନ କରିପାରିବେ । ରାଜ୍ୟ ସରକାର ବୟସ ସୀମା ମଧ୍ୟରେ ୬ ମାସର କୋହଳ କରିବାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଏହା ଉପରେ ଅନୁମତି ଦେଇଛନ୍ତି । ତେବେ ଏହା ଖୁବ ଶିଘ୍ର ଜାରି ହେବାକୁ ଯାଉଛି ।

ରାଜ୍ୟରେ ସରକାରୀ ଚାକିରିର ସର୍ବାଧିକ ବୟସ ସୀମା ହେଉଛି ୪୨ ବର୍ଷ । ଏହି ବୟସ ସୀମାର ଅତି ନିକଟତର ଆବେଦନକାରୀଙ୍କ ଆଶା କରୋନା ଲକଡ଼ାଉନ ପାଇଁ ମଉଳି ଯାଇଉଥିଲା । ଲକଡାଉନ୍ ଏବଂ କୋଭିଡ୍ ସଂକ୍ରମଣ କାରଣରୁ ଉତ୍ତରାଖଣ୍ଡ ଲୋକସେବା ଆୟୋଗ ଏବଂ ଉତ୍ତରପ୍ରଦେଶ ଅଧିନସ୍ଥ ସେବା ଚୟନ ଆୟୋଗ ତରଫରୁ ଖାଲି ଥିବା ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କରାଯାଇ ନାହିଁ । ପ୍ରବେଶିକା ପରୀକ୍ଷା ମଧ୍ୟ ସ୍ଥଗିତ ରଖାଯାଇଥିଲା। ସେଠାରେ ହଜାର ହଜାର ଆବେଦନକାରୀ ଥିଲେ, ଯେଉଁମାନଙ୍କ ପାଇଁ ସରକାରୀ ଚାକିରିର ଆବେଦନ କରିବାର ଶେଷ ସୁଯୋଗ ଥିଲା କିନ୍ତୁ ବୟସ ଅଧିକ କାରଣରୁ ହୋଇପାରି ନାହିଁ । ଏବଂ କରୋନା କାରଣରୁ ହୋଇଥିବା ଲକଡାଉନ ପାଇଁ ଚାକିରିର ବିଜ୍ଞପ୍ତି ବାହାରିବା ବନ୍ଦ ହୋଇଯାଇଥିଲା ।

ତେବେ ଏନେଇ ଅନେକ ଆବେଦନକାରୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବୟସ ସୀମାରେ କୋହଳ କରିବାକୁ ଅନୁରୋଧ କରିଥିଲେ । ସେ ଯୁକ୍ତି ବାଢିଥିଲେ ଯେ, ଲକଡାଉନ୍ ପରେ ଯେତେବେଳେ ଖାଲି ପଦବୀ ଏବଂ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହେଲା, ସେତେବେଳେ ସେମାନେ ଚାକିରି ପାଇଁ ଥିବା ବୟସ ସୀମାକୁ ଅତିକ୍ରମ କରିଦେଛନ୍ତି । ତାଙ୍କ ଅନୁରୋଧ କ୍ରମେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କୁ ଅତି କମରେ ୬ମାସ ବୟସ ସୀମା ବଢାଇବାକୁ ପ୍ରସ୍ତାବ ଦିଆଯାଇଥିଲା । ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ।

୨୫୦୦ ପଦବୀରେ ପ୍ରକ୍ରିୟା ଆରମ୍ଭ

ଉତ୍ତରାଖଣ୍ଡ ଅଧିନସ୍ଥ ସେବା ଚୟନ ଆୟୋଗ ସ୍ତରରେ, ଚଳିତ ବର୍ଷ ୨୫ଶହ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ତିନି ହଜାର ପୋଷ୍ଟ ପାଇଁ ପ୍ରକ୍ରିୟା ଚାଲିଛି । କୋଭିଡ -୧୯ ମହାମାରୀ ଯୋଗୁଁ ନିଯୁକ୍ତି ପ୍ରକ୍ରିୟା ବିଳମ୍ବ ହୋଇଛି ବୋଲି ସରକାର ସ୍ୱୀକାର କରିଛନ୍ତି। ବୟସ୍କ ଆବେଦନକାରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର ବୟସ ସୀମା ମଧ୍ୟରେ କୋହଳ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

Leave a Reply