ଜାଣନ୍ତୁ, ସାମାଜିକ ଦୂରତା ରଖି କିଭଳି ହେବ ଅନ୍ତରଙ୍ଗ ମୁହୂର୍ତ୍ତର ସୁଟିଂ , ଫଟୋ ପୋଷ୍ଟ କରି ଜଣାଇଲେ ବଲିଉଡ ଅଭିନେତା

1 min read

ଅନ୍ତରଙ୍ଗ ମୁହୂର୍ତ୍ତ ବିନା ଏବେ ବଲିଉଡ ଫିଲ୍ମ କିମ୍ବା ଓ୍ୱେବ ସିରିଜ ପ୍ରସ୍ତୁତ କରିବାକୁ ସିନେ ଜଗତ ଆଗ୍ରହୀ ନଥିଲେ ମଧ୍ୟ ସରକାରଙ୍କ ଗାଇଡଲାଇନ ଆଗରେ ଏମାନଙ୍କୁ ମୁଣ୍ଡ ନୁଆଁଇବାକୁ ପଡିଛି । ସରକାରଙ୍କ ସାମାଜିକ ଦୂରତ୍ୱ, ମାସ୍କ ଓ ସାନିଟାଇଜରର ବାଧ୍ୟତାମୂଳକ ନିୟମକୁ ସିନେ ଜଗତ ମଧ୍ୟ ମାନିବାକୁ ବାଧ୍ୟ ।

 

ତେବେ ବିନା ଅନ୍ତରଙ୍କ ମୁହୂର୍ତ୍ତକୁ ଫିଲ୍ମରେ ନରଖି ଦର୍ଶକଙ୍କୁ ଆକର୍ଷଣ କରିବା ସମ୍ଭବ କି? ଏହାଠାରୁ ବଡ ସମସ୍ୟା ଏହା ଯେ ସାମାଜିକ ଦୂରତ୍ୱ ରଖି କିଭଳି ଭାବେ ଫିଲ୍ମ ପ୍ରସ୍ତୁତ ହେବ । ଫିଲ୍ମରେ ଲୋକ ଏକାଠି ହେବେ କି ନାହିଁ ଓ ଯଦି ହେବେ ତେବେ କିଭଳି ଭାବେ କଳାକାରମାନଙ୍କୁ ସାମାଜିକ ଦୂରତ୍ୱ ଆଇନ ପରିସରରେ ରଖାଯିବ ସେନେଇ ପ୍ରଶ୍ନ ଉଠୁଛି । ତେବେ ଅଭିନେତା ଅପାରଶକ୍ତି ଖୁରାନା ଆଗାମୀ ଦିନରେ ଫିଲ୍ମ କିଭଳି ଭାବେ ପ୍ରସ୍ତୁତ ହେବ ସେନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । କରୋନା ମାହାମାରୀ ପୂର୍ବରୁ ପ୍ରସ୍ତୁତ ହୋଇ ସାରିଥିବା ହେଲମେଟ୍ ଫିଲ୍ମର ଏକ ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟ ଅପଲୋଡ୍ କରି ସେ ଲେଖିଛନ୍ତି ଯେ, ଭଲ ହେଲା ଏହି ସିନ୍ ମହାମାରୀ ପୂର୍ବରୁ ସୁଟ୍ ହୋଇଥିଲା । ନହେଲେ ଏବେ କା ସମୟରେ ଆମକୁ ଏଭଳି ମୁହୂର୍ତ୍ତରେ ଅଭିନୟ କରିବାକୁ ହେଲେ ପ୍ରୋଟେକସନ୍ ବ୍ୟବହାର କରିବାକୁ ପଡିବ । ପ୍ରୋଟେକସନ୍ ମାନେ ମାସ୍କ କଥା କହୁଛି ।

ଟୁଇଟରରେ ସେ ଦୁଇଟି ପୃଥକ୍ ଫଟୋ ଅପଲୋଡ୍ କରି ଏ ନେଇ ସୂଚନା ଦେଇଛନ୍ତି । ଗୋଟିକରେ ସେ ଓ ତାଙ୍କ ଅପ୍ କମିଂ ମୁଭି ହେଲମେଟ୍ ଫିଲ୍ମ ହିରୋଇନ୍ ପ୍ରନୁତନ ବହଲଙ୍କ ସହ ଏକ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋରେ ଦେଖିବାକୁ ମିଳିଛନ୍ତି ଓ ଅନ୍ୟଟିରେ ଅବିକଳ ସେହି ଫଟୋରେ ଦୁହେଁ ମାସ୍କ ପିନ୍ଧିଥିବାର ଦେଖିବାକୁ ମିଳିଛନ୍ତି । ସେ ଲେଖିଛନ୍ତି  ଯେ ଏବେ ଫିଲ୍ମର ଅନ୍ତରଙ୍ଗ ମୁହୂର୍ତ୍ତ ଏଭଳି ସୁଟ୍ ହେବ ।

Leave a Reply