ଦେଖନ୍ତୁ ଗ୍ୟାସ ଲିକର ଭୟଙ୍କର ଚିତ୍ର: ଯେତେବେଳେ ଅଚେତ ହୋଇ ନାଳରେ ପଡ଼ିବାକୁ ଲାଗିଲେ ଲୋକ

1 min read

ବିଶାଖାପଟନମ୍: ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ସ୍ଥିତ କେ ଆରଏସ୍ ଭେଙ୍କଟାପୁରମ୍ ଠାରେ ଥିବା ଏଲଜି ପଲିମର ଇଣ୍ଡଷ୍ଟ୍ରିର ଏକ ଫାର୍ମା କମ୍ପାନୀରେ ରାସାୟନିକ ଗ୍ୟାସ୍ ଲିକ୍ ହୋଇଛି । ଏହା ପରେ ସମଗ୍ର ସହରରେ ଭୟର ବାତାବରଣ ଦେଖାଦେଇଛି | ପାଖାପାଖି ୫ ଟି ଗାଁକୁ ବ୍ୟାପିଯାଇଥିଲା ଏହି ବିଷାକ୍ତ ଗ୍ୟାସର ପ୍ରକୋପ । ପରିସ୍ଥିତି ଏପରି ହୋଇଥିଲା ଯେ ୫ଟି ଗାଁକୁ ଖାଲି କରାଯିବା ସହ ସିଲ୍‌ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ବିଷାକ୍ତ ଗ୍ୟାସ ଲିକ୍‌ ଯୋଗୁଁ ୧୦ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି । ଏଥିରେ ପ୍ରାୟ ୫ ହଜାର ଲୋକ ଅସୁସ୍ଥ  ହୋଇଥିବା ମଧ୍ୟ ସୂଚନା ରହିଛି ।

ଲୋକଙ୍କର ମୁଣ୍ଡ ବିନ୍ଧା ହେବା ସହ ପ୍ରବଳ ବାନ୍ତି ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହୋଇଥିଲା । ଏମିତିକି ଲୋକ ଚେତା ହରାଇ ରାସ୍ତାରେ ଟଳିପଡ଼ୁଥିବା ସ୍ପର୍ଶକାତର ଦୃଶ୍ୟ ଦେଖିବାକୁ ମିଳିଛି ।  ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ଚିତ୍ର-ଚିତ୍ରରେ ଆସନ୍ତୁ ଦେଖିବା ବିଖାଖାପଟନମ୍ ହ୍ୟାସ ଲିକ୍ ର ଭୟଙ୍କର ଚିତ୍ର । 

୧. ଗ୍ୟାସ୍ ଲିକ୍ ର ପ୍ରକୋପ ସବୁଠୁ ଅଧିକ ଶିଶୁ ମାନଙ୍କ ଶରୀରରେ ଦେଖିବାକୁ ମିଳିଛି । ତାଙ୍କୁ ପ୍ରାଥମିକତା ଆଧାରରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୮ ଜଣ ମୃତ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ୮ ବର୍ଷର ଶିଶୁ କନ୍ୟା ମଧ୍ୟ ଅଛନ୍ତି ।

୨. ଗ୍ୟାସ ଲିକ ଫଳରେ ପ୍ଲାଣ୍ଟର ୩ କିଲୋମିଟର ଅବଧି ମଧ୍ୟରେ ଲୋକମାନଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେଉଥିଲା । ଅନେକ ଲୋକ ରାସ୍ତାରେ ଟଳିପଡ଼ୁଥିବା ବେଳ କେହି କେହି ନାଳରେ ପଡ଼ିଯାଇଥିବା ଦେଖିବାକୁ ମିଳିଥିଲା ।

୩. ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଲୋକଙ୍କୁ ଉଦ୍ଧାର କରିବା ଆରମ୍ଭ କରିଥିଲେ । ବର୍ତ୍ତମାନ ଘଟଣାର କରାଣ ଜଣାପଡ଼ିନାହିଁ । NDRF ଏବଂ SDRF ଟିମ୍ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

୪.ବିଶାଖାପଟନମ୍ ଜିଲ୍ଲାପାଳ ବିନୟ ଚନ୍ଦ ଘଟଣାସ୍ଥଳରେ ପହଁଞ୍ଚି ସାରିଛନ୍ତି । ଜିଲ୍ଲାପାଳଙ୍କ ସୂଚନା ଅନୁୟାୟୀ, ୨ ଘଣ୍ଟା ଭିତରେ ସ୍ଥିତି କାବୁ କରାଯିବା ପାଇଁ ଚେଷ୍ଟା ଚାଲିଛି । ଯେଉଁ ମାନେ ନିଶ୍ୱାସ ନେବା କଷ୍ଟ ଅନୁଭବ କରୁଛନ୍ତି ସେମାନଙ୍କୁ ଅକ୍ସିଜେନ ସପୋର୍ଟ ଦିଆଯାଉଛି ।

୫. ରାସ୍ତାରେ ଲୋକମାନେ ଟଳିପଡୁଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ଲୋକମାନେ ପହଞ୍ଚିବାରେ ଅସୁବିଧା ସମ୍ମୁଖୀନ ହେଉଛନ୍ତି ।

୬. ବିଶାକ୍ତ ଗ୍ୟାସ କବଳରେ ଆସି ମୃତ୍ୟୁ ବରଣ କଲେ ଅନେକ ଜୀବଜନ୍ତୁ ।

 

Leave a Reply