କଳାଧନ କେଳେଙ୍କାରୀ: ‘ଜଣେ ଚର୍ଚ୍ଚିତ ନେତା ଏଭଳି କରିବା ଦୁଃଖ ଦାୟକ’

ଭୁବନେଶ୍ୱର: ଅମର ପଟ୍ଟନାୟକଙ୍କ ଟାର୍ଗେଟରେ ବୈଜୟନ୍ତ । ବାହାମାସ୍ ବୈଜୟନ୍ତ ବ୍ଲାକମନି ପ୍ରସଙ୍ଗରେ ବୈଜୟନ୍ତଙ୍କୁ ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ଟାର୍ଗେଟ୍ । ଭାରତରେ କଳାଧନ ସୃଷ୍ଟି ହୋଇଛି, ଓଡ଼ିଶାରେ ହୋଇଥାଇପାରେ । ମନିଲଣ୍ଡ୍ରିଂ ମାଧ୍ୟମରେ ଭାରତକୁ କଳାଧନ ଅଣାଯାଇଛି । ଭୂତ କମ୍ପାନୀ ମାଧ୍ୟମରେ କଳାଟଙ୍କା ଧଳା କରାଯାଇଛି । ସେହି ଟଙ୍କା କମ୍ପାନୀରେ ନିବେଶ କରାଯାଇଛି । ଜଣେ ଚର୍ଚ୍ଚିତ ନେତା ଏଭଳି କରିବା ଦୁଃଖଦାୟକ ବୋଲି ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି ।

ବୈଜୟନ୍ତଙ୍କ କଳାକାରନାମାକୁ ପ୍ରଣବ ପ୍ରକାଶଙ୍କ ସମାଲୋଚନା, ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତଦନ୍ତ ଶିଥିଳତା ନେଇ ଉଠାଇଲେ ପ୍ରଶ୍ନ

                ସୂଚନା ଯୋଗ୍ୟ ଯେ, ଜଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଜାଲ୍ ଦରିଆପାରୀ କଂପାନୀଙ୍କ ଜରିଆରେ ମନି ଲଣ୍ଡ୍ରିଂ ବା ଆର୍ଥିକ ହେରଫେର କରୁଥିବା ଦିଲ୍ଲୀର ଏକ ସାମାଜିକ ସଂଗଠନ ଅଭିଯୋଗ କରିଛି । ପାଥ୍ ନାମକ ଏହି ସାମାଜିକ ସଂଗଠନ ପକ୍ଷରୁ ନୂଆଦିଲ୍ଲୀ ସ୍ଥିତ ପ୍ରେସ କ୍ଲବ୍ ଅଫ୍ ଇଣ୍ଡିଆରେ ଏକ ସାମ୍ବାଦିକ ସମ୍ମିଳନୀରେ ସଂଗଠନ ଏହି ଅଭିଯୋଗ କରିବା ସହିତ ତଦନ୍ତ ତ୍ୱାରନ୍ୱିତ କରିବାକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ନିବେଦନ କରାଯାଇଛି । ସଂଗଠନ ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁସାରେ ଜଗି ଓ ବୈଜୟନ୍ତ ଟ୍ୟାକ୍ସ ଚୋରି ସହିତ ସିଏସଆର ଫଣ୍ଡ୍ ହେରଫରେରେ ସାମିଲ ଅଛନ୍ତି । ବାହାମାସ ଦ୍ୱୀପରେ ଥିବା ତିନୋଟି କମ୍ପାନୀ ଜରିଆରେ ଆର୍ଥିକ ହେରଫେର ହେଉଥିଲା । ଏନେଇ ଫେବ୍ରୁଆରି ମାସରେ ଦିଲ୍ଲୀ ହାଇକୋର୍ଟେରେ ପାଥ୍ ଆବେଦନ କରିଥିଲା । ହାଇକୋର୍ଟ ପ୍ରଥମ ଦୃଶ୍ୟରେ ଏହା ମନି ଲଣ୍ଡ୍ରିଂ ମାମଲା ଲାଗୁଥିବା କହିବା ସହିତ ତଦନ୍ତ ପାଇଁ ଆଦେଶ ଦେଇଥିଲେ । ତେବେ ସଂଗଠନର କାହିବା ହେଉଛି ଫେବ୍ରୁଆରୀ ମାସରୁ ତଦନ୍ତ ଆଦେଶ ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଅଗ୍ରଗତୀ ହୋଇନାହିଁ । ତେଣୁ ତଦନ୍ତକୁ ତ୍ୱାରାନ୍ୱିତ କରିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଦେଶ ଦିଅନ୍ତୁ ବୋଲି ସଂଗଠନ ଦାବି କରିଛି । ପାଥ୍ ଅନୁସାରେ ବାହାମସରୁ ଯେଉଁ ତିନୋଟି କମ୍ପାନୀରୁ ଭାରତ ଟଙ୍କା ଆସୁଥିଲା ସେହି କମ୍ପାନୀଗୁଡ଼ିକୁ ବୈଜୟନ୍ତ ଓ ଜଗି ପଣ୍ଡାଙ୍କ ଦୁଇଟି କଂପାନୀ ପଣ୍ଡା ଇନଭେଷ୍ଟମେଣ୍ଟ୍ ପ୍ରାଇଭେଟ୍ ଲିମିଟେଡ୍ ଓ ମେଟ୍ରୋ ସ୍କାଇ ଲାଇଟ୍ ପ୍ରାଇଭେଟ୍ ଲିମିଟିଟେଡ୍ ନିୟନ୍ତ୍ରଣ କରନ୍ତି ।

ବୈଜୟନ୍ତଙ୍କ କଳାକାରନାମାକୁ ପ୍ରଣବ ପ୍ରକାଶଙ୍କ ସମାଲୋଚନା, ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତଦନ୍ତ ଶିଥିଳତା ନେଇ ଉଠାଇଲେ ପ୍ରଶ୍ନ

ତେବେ ସମାନ ପ୍ରସଂଗରେ ପୂର୍ବରୁ ଅନ୍ୟ ରାଜ୍ୟ ନେତା ମଧ୍ୟ ବୈଜୟନ୍ତଙ୍କୁ ସମାଲୋଚନା କରିଛନ୍ତି । ବୈଜୟନ୍ତଙ୍କ ଏପରି ସଂପୃକ୍ତି ନେଇ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ସାଧାରଣ ସମ୍ପାଦକ(ସଙ୍ଗଠନ) ପ୍ରଣବ ପ୍ରକାଶ ଦାସ । ପ୍ରଣବ ଟ୍ୱିଟ୍ କରି ବୈଜୟନ୍ତଙ୍କ କଳା କାରନାମା  ସମ୍ପର୍କରେ ପ୍ରକାଶ ପାଇଥିବା ଖବରକୁ ଟୁଇଟ୍ କରି କଡ଼ା ସମାଲୋଚନା କରିଛନ୍ତି । ଟ୍ୱିଟ୍ କରି ପ୍ରଣବ କହିଛନ୍ତି ଯେ, ଦିଲ୍ଲୀ ହାଇକୋର୍ଟ ବୈଜୟନ୍ତ ବିରୋଧରେ ଆସିଥିବା ସାଂଘାତିକ ଅଭିଯୋଗର ତଦନ୍ତ ପାଇଁ ଗତ ଫେବ୍ରୁଆରୀ ୭ରୁ ନିର୍ଦ୍ଦେଶ ଦେଲେଣି । ହେଲେ ସିବିଆଇ,ଇଡି,ଆଇଟି ଭଳି ମ୍ୟାଗ ସଂସ୍ଥାର ତଦନ୍ତର ଗତି ତ୍ୱରାନ୍ୱିତ ହେଉ ନାହିଁ । ଯେବେଠାରୁ ବୈଜୟନ୍ତ ଭାଜପା ରାଷ୍ଟ୍ରୀୟ ଉପସଭାପତି ପଦରେ ଆସୀନ ହେଲେଣି । ସେବେଠାରୁ ଏପରି ହେଉଥିବା ଲକ୍ଷ୍ୟ କରାଯାଉଛି । ଏଥିପାଇଁ ବୈଜୟନ୍ତଙ୍କୁ ଦଳ ସୁରକ୍ଷା ଦେଉଛି କି ବୋଲି ପ୍ରଣବ ପ୍ରଶ୍ନ କରିଛନ୍ତି ।

Leave a Reply