କିଡନୀ ଠକ ହିମାଂଶୁଙ୍କ ନାଁରେ ବଢ଼ିଲା ଅଭିଯୋଗ, ରଙ୍ଗମାଟିଆରେ ଚୂନ ଲଗାଇଛନ୍ତି ୧୮ ଲକ୍ଷ

1 min read

ଭୁବନେଶ୍ୱର: କିଡନୀ ଦେବା ନାଁରେ ଠକେଇ ମାମଲା । ଅଭିଯୁକ୍ତ ହିମାଂଶୁ ନନ୍ଦଙ୍କ ନାଁରେ ବଢ଼ିଲା ଅଭିଯୋଗ ସଂଖ୍ୟା । ନୟାପଲ୍ଲୀ, ଲକ୍ଷ୍ମୀସାଗର ପରେ ମଞ୍ଚେଶ୍ୱର ଥାନାରେ ହୋଇଛି ଅଭିଯୋଗ । କିଡନୀ ଦେବାକୁ କହି ୧୮ ଲକ୍ଷ ୫୩ ହଜାର ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି । ଗିରଫ ପରେ ହିମାଂଶୁ ନାଁରେ ମାଳମାଳ ମାମଲା ସାମନାକୁ ଆସିଛି । ଯେ କେହି ଠକେଇର ଶିକାର ହୋଇଛନ୍ତି ଥାନାକୁ ଆସି ଅଭିଯୋଗ କରନ୍ତୁ ବୋଲି ଭୁବନେଶ୍ୱର ଡିସିପି ନିବେଦନ କରିଛନ୍ତି ।

Allegation Increased Against Kidney Broker Himansu Nanda

କିଲର ହିମାଂଶୁର କିଡନୀ କାରବାର । ଲୋକଙ୍କ ଜୀବନ ସହ ଖେଲୁଥିଲା ଖେଳ । ଅଭିଯୁକ୍ତ ହିମାଂଶୁ ନନ୍ଦ ନାଁରେ ବଢ଼ିଲା ଠକେଇ ଅଭିଯୋଗ । କିଡନୀ ଦେବାକୁ କହି ମଞ୍ଚେଶ୍ୱର ରଙ୍ଗମାଟିଆର ଅଶୋକ ନାୟକଙ୍କ ଠାରୁ ୧୮ ଲକ୍ଷ ୫୩ ହଜାର ଟଙ୍କା ଚୂନ ଲଗାଇଛି ଠକ । ଅଶୋକ ଲୋକଙ୍କ ମନରେ ବିଶ୍ୱାସ ଜନ୍ମେଇବା ପାଇଁ କୋର୍ଟର ନକଲି ଅର୍ଡର ଦେଉଥିଲା । ପୂର୍ବ ମାମଲା ପରି ସମାନ ଢଙ୍ଗରେ ଅଶୋକଙ୍କୁ କିଡନୀ ପ୍ରତିରୋପଣ ପାଇଁ ହସ୍ପିଟାଲ ଓ ଡୋନର ପ୍ରସ୍ତୁତ ଅଛନ୍ତି ବୋଲି କହୁଥିଲା । ଅପରେସନ୍ ପାଇଁ ଓଟି ମଧ୍ୟ ପ୍ରସ୍ତୁତ ଥିବା କଥା କହିଥିଲା ଠକ ହିମାଂଶୁ । ୨୦୧୯ରେ ଟଙ୍କା ନେଇଥିବା ବେଳେ ୨୦୨୦ ଜାନୁଆରୀରେ କିଡନୀ ପ୍ରତିରୋପଣ କରିବାକୁ କହିଥିଲେ । ହେଲେ ମାସ ପରେ ମାସ ଗଡ଼ି ଚାଲିଥିଲା କିଡନୀ ଦେଇନଥିଲା । ସନ୍ଦେହ ହେବାରୁ ସମ୍ପୃକ୍ତ ହସ୍ପିଟାଲକୁ ପଚାରିବାରୁ ଏଭଳି କୌଣସି ଲୋକ ନାହାନ୍ତି ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଥିଲେ ।

Allegation Increased Against Kidney Broker Himansu Nanda

ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ, ଏବେ ଅନେକ ମାଳମାଳ ମାମଲା ସାମ୍ନାକୁ ଆସିଛି । ମଞ୍ଚେଶ୍ୱର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ହିମାଂଶୁ କିଭଳି ଠକେଇ କରୁଥିଲା ଜାଣିବା ପାଇଁ ରିମାଣ୍ଡରେ ଆଣଛି କମିଶନରେଟ ପୋଲିସ । ସେପଟେ ଡିସିପି କହିଛନ୍ତି, କିଡନୀ ପ୍ରତିରୋପଣ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ରହିଛି । ଡିଏମଇଟିଙ୍କ ବିନା ଅନୁମତିରେ କିଡନୀ ପ୍ରତିରୋପଣ ହୁଏ ନାହିଁ ।

Allegation Increased Against Kidney Broker Himansu Nanda

କାହା କିଡନୀ କାହା ଦେହର ଲାଗିବ ବି ଡୋନର ବି ଜାଣିନଥାନ୍ତି । ହେଲେ ଏଠି ସରକାରଙ୍କ ନିୟମକୁ ଉଲ୍ଲଂଘନ କରି ଲୋକଙ୍କ ଠାରୁ ଲୁଟୁଥିଲା ହିମାଂଶୁ । ଯିଏ ବି କିଡନୀ ଦେବାକୁ କହୁଛି ସେ ଲୋକଙ୍କ ଠାରୁ ସତର୍କ ରହୁନ୍ତୁ । ଯିଏ ଠକେଇ ଶିକାର ହୋଇଛନ୍ତି ଥାନାରେ ଅଭିଯୋଗ କରନ୍ତୁ ବୋଲି ଡିସିପି କହିଛନ୍ତି । ହିମାଂଶୁ ରାକେଟରେ ଏକାଧିକ ଲୋକଙ୍କ ହାତ ଥିବା ସନ୍ଦେହ କରିଛି ପୋଲିସ । ଗତକାଲି ନୟାପଲ୍ଲୀ ଓ ଲକ୍ଷ୍ମୀସାଗର ଥାନାରେ କିଡନୀ ଦେବାକୁ କହି ୯ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ହୋଇଥିଲା ।

ଏଥିସହ ପଢ଼ନ୍ତୁ- ମାର୍କେଟିଂ ଚାକିରିରୁ କିଡନୀ ଠକ, ବଡ଼ଲୋକ ହେବାର ସ୍ୱପ୍ନରୁ ସାଜିଥିଲେ ଭଦ୍ରଚୋର

Leave a Reply