ରୋଗୀଙ୍କୁ ଲୁଟୁଛି ଆପୋଲୋ ! ବିଲ୍ ନେଇ ଅଭିଯୋଗ ପରେ ୩୫ ହଜାର ଡିସକାଉଣ୍ଟ ଅଫର୍

ଭୁବନେଶ୍ୱର: ଆପୋଲୋ ହସ୍ପିଟାଲ୍ ବିରୋଧରେ ସାଙ୍ଘାତିକ ଅଭିଯୋଗ । ଚିକିତ୍ସା ଆଳରେ ମାତ୍ରାଧିକ ବିଲକୁ ନେଇ ଅସନ୍ତୋଷ । ଗତ ୧୭ ତାରିଖରେ ପ୍ରୀତିଲତା ପଟ୍ଟନାୟକ ନାମକ ଜଣେ ମହିଳା ଛାତିରେ ଯନ୍ତ୍ରଣା ହେବାରୁ ଅପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ଗତକାଲି ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ବିଲ୍ ଦେଖିବା ପରେ ଚେତା ବୁଡ଼ି ଯାଇଥିଲା । ୩ ଦିନକୁ ପାଖାପାଖି ୨ ଲକ୍ଷର ବିଲ ଦେଇଥିଲା ହସ୍ପିଟାଲ । ଏହା ସହ ଦିନକୁ ୫୦ ଖଣ୍ଡ ଗ୍ଲୋବସର ବିଲ୍ ବି ଦିଆଯାଇଛି । ଦିନକୁ ୫ରୁ ୧୦ଟି ମାସ୍କର ବିଲ୍ ଦେଇଛି ଆପୋଲୋ ।

Allegation Against Apollo Hospital Treatment Bill

ଏହା ସହ ରୋଗୀ ବ୍ୟବହାର କରିନଥିବା ଅନେକ ମେଡିସିନ୍ ବିଲ୍ ଦେଇଛି ଆପୋଲୋ ହସ୍ପିଟାଲ । ଗତକାଲି ରାତିରେ ରୋଗୀଙ୍କ ସମ୍ପର୍କୀୟ ହସ୍ପିଟାଲରେ ଅଭିଯୋଗ କରିବା ପରେ ପ୍ରଥମେ ୫ ହଜାର ଟଙ୍କା ଡିସକାଉଣ୍ଟ ଓ ତା’ପରେ ୩୫ ହଜାର ଡିସକାଉଣ୍ଟ କରି ଦେବୁ ବୋଲି ହସ୍ପିଟାଲ କହୁଛି । ଆପୋଲରେ ବିଲ୍‌ ନାମରେ ଲୁଟ୍ କରାଯାଉଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେପଟେ ଏ ନେଇ ଆପୋଲୋର ଲୋକ ସମ୍ପର୍କ ଅଧିକାରୀଙ୍କ ସହ କଥା ହୋଇଥିଲେ ମଧ୍ୟ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ ।

Leave a Reply