ସ୍ୱଦେଶୀ କରୋନା ଔଷଧ କୋଭାକ୍ସିନ୍‌ର‌ ମାନବ ପରୀକ୍ଷଣ

1 min read
Aiims Delhi to begin vaccine protocols this is the phase 1 of the human trials on covaxin

ନୂଆଦିଲ୍ଲୀ: ନୂଆଦିଲ୍ଲୀ AIIMSରେ ସ୍ୱଦେଶୀ ଟିକା COVAXINର ମାନବ ପରୀକ୍ଷଣ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି । ଶନିବାର ଦିଲ୍ଲୀ AIIMSର ଏଥିକ୍‌ସ କମିଟି କରୋନା ଟିକା COVAXINର ଫଜ୍‌-୧ ମାନବ ପରୀକ୍ଷଣକୁ ଅନୁମୋଦନ ଦେଇଛି ।

ସବୁଠାରୁ ବଡ଼ କଥା ହେଲା, ମାନବ ପରୀକ୍ଷଣର ସମ୍ମୁଖୀନ ହେବା ପାଇଁ ମାତ୍ର ୧୦ ଘଣ୍ଟାରେ ୧୦୦୦ରୁ ଅଧିକ ଲୋକ ରେଜିଷ୍ଟ୍ରେସନ୍‌ କରିଛନ୍ତି । ବର୍ତ୍ତମାନ ସୁଦ୍ଧା, ଯେଉଁମାନେ କେବଳ ଦିଲ୍ଲୀ-ଏନସିଆରରେ ରହୁଛନ୍ତି ସେମାନଙ୍କୁ ଏନ୍‌ରୋଲ୍‌ମେଣ୍ଟ ପାଇଁ ଅନୁମତି ଦିଆଯାଇଛି । ଭ୍ୟାକ୍ସିନ୍‌କୁ ନେଇ ଅନ୍ୟ ୧୨ଟି କେନ୍ଦ୍ର ପରୀକ୍ଷା ଆରମ୍ଭ କରିସାରିଛନ୍ତି । କାରଣ ସେମାନଙ୍କୁ ପୂର୍ବରୁ ଅନୁମତି ମିଳି ସାରିଛି ।

AIIMS-pti

AIIMS ପ୍ରଫେସର ଡକ୍ଟର ସଞ୍ଜୟ ରାୟଙ୍କ ଅନୁଯାୟୀ, 07428847499 ନମ୍ବରକୁ କଲ କରି ଭ୍ୟାକ୍ସିନ୍‌ ପରୀକ୍ଷା ପାଇଁ ନାମ ପଞ୍ଜିକରଣ କରିପାରିବେ । ଟ୍ରାଏଲ୍‌ ପାଇଁ, ctaiims.covid19@gmail.com କୁ ମେଲ୍‌ କରି ନମ ପଞ୍ଜିକରଣ କରିପାରିବେ ।

ପ୍ରଫେସର ଡକ୍ଟର ସଞ୍ଜୟ ରାୟଙ୍କ ଅନୁଯାୟୀ, କେବଳ ୧୮ ବର୍ଷରୁ ଅଧିକ ଏବଂ ୫୫ ବର୍ଷରୁ କମ୍ ଲୋକ ଏହି ପରୀକ୍ଷାରେ ଭାଗ ନେଇପାରିବେ । ଯେଉଁ ବ୍ୟକ୍ତିଙ୍କ ଉପରେ ଭ୍ୟାକ୍ସିନ୍‌ ପରୀକ୍ଷା କରାଯିବ, ତା’ର ପ୍ରଥମେ କୋଭିଡ୍‌ ପରୀକ୍ଷା କରାଯିବ। । ରକ୍ତ, ଯକୃତ, ବିପି ଏବଂ କିଡ୍‌ନୀ ସମେତ ବିଭିନ୍ନ ପରୀକ୍ଷାରେ ସୁସ୍ଥ ଥିବା ଜଣାପଡ଼ିବା ପରେ ଉକ୍ତ ବ୍ୟକ୍ତିକୁ ପରୀକ୍ଷଣ ପାଇଁ ସାମିଲ କରାଯିବ ।

Leave a Reply