ପୁରୀ ପରେ ଭୁବନେଶ୍ୱର ହେବ ଭିକାରୀ ମୁକ୍ତ: ଆତ୍ମନିର୍ଭରଶୀଳ ହେବେ ଭିକ୍ଷୁକ

ଭୁବନେଶ୍ୱର: ପୁରୀ ପରେ ଭୁବନେଶ୍ୱର ହେବ ଭିକାରୀ ମୁକ୍ତ । ଏଥିପାଇଁ ରାଜ୍ୟ ସରକାର ଆରମ୍ଭ କରୁଛନ୍ତି ପ୍ରକ୍ରିୟା । ନିରାଶ୍ରୟ ଭିକ୍ଷୁକ ପାଉଛନ୍ତି ଆଶ୍ରୟସ୍ଥଳ । ଭୋକିଲା ପେଟକୁ ମିଳୁଛି ଦାନା । ସ୍ୱାଭିମାନୀ ହୋଇ ବଞ୍ଚିବା ପାଇଁ ଆତ୍ମନିର୍ଭରଶୀଳ ହେଉଛି ଭିକ୍ଷୁକ ।

Cuttack Tops The List Of Beggars In Odisha | KalingaTV

ଆଲୋକ ନାଥ , ବୟସ ୬୫ ଟପିଲାଣି ।  ଜୀବନ ତମାମର ସମ୍ପତ୍ତି ଠୁଳ କରି ଘର କଲେ. ପିଲାଙ୍କୁ ଶିକ୍ଷିତ କରାଇ ରୋଜଗାରକ୍ଷମ ବି କରାଇଲେ ।  କିନ୍ତୁ ଜନ୍ମ କଲା ସନ୍ତାନ ପର କରିଦେଲା । ବାର୍ଦ୍ଧକ୍ୟ ଛୁଇଁଲା ବେଳକୁ ସେ ବେସହାରା ।  ମନ୍ଦିର ଅଗଣାରେ ବିତୁଥିଲା ଦିନ ଓ ରାତି । ଖାଇବାକୁ ଯାହା ମିଳିଳା ସେଥିରେ ସନ୍ତୁଷ୍ଟ ଥିଲେ ଆଲୋକ  । ଆଲୋକଙ୍କ ଭଳି ଶଶି ଦେଇଙ୍କ କାହାଣୀ ବି ଠିକ ସେହିପରି  ।

ପରିଣତ ବୟସରେ ନାତି ନାତୁଣୀଙ୍କ ସାଥିରେ ଦିନ ବିତାଇବାକୁ ସ୍ୱପ୍ନ ଦେଖିଥିଲେ  ।  ହେଲେ କିଏ ବା ଜାଣିଥିଲା ଦିନେ ଲିଙ୍ଗରାଜ ମନ୍ଦିର ବାହାରେ ଭିକ୍ଷାବୃତ୍ତି କରିବାକୁ ପଡ଼ିବ । ଘର କଥା କାହାକୁ ବା କହିବେ ସେ କଥା କହି ଆଖିରୁ ଲୁହ ବୋହିଯାଉଛି । କିନ୍ତୁ ସରକାରଙ୍କ ଭିକ୍ଷାରୀ ମୁକ୍ତ ଯୋଜନାରେ ବଞ୍ଚିବାର ନୂଆ ରାହା ପାଇଛନ୍ତି ଆଲୋକ ଓ ଶଶିଙ୍କ ଭଳି ଅନେକ ଭିକ୍ଷୁକ ।

ପୁରୀ ପରେ ଭୁବନେଶ୍ୱରକୁ ଭିକାରୀ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କୁ ଭୁବନେଶ୍ୱର ଉପକଣ୍ଠରେ ଥିବା ଆଶ୍ୟ ମିଶନରେ ଥଇଥାନ କରାଯାଇଛି  । ଆଗକୁ ଯେପରି ଭିକ୍ଷାବୃତ୍ତି ନୁହେ ବରଂ ନିଜ ରୋଜଗାରରେ ଚଳିପାରିବେ ସେନେଇ ଦିଆଯାଉଛି ପ୍ରଶିକ୍ଷଣ  । ଧୂପକାଠି ଓ ଠୁଙ୍ଗା କରି ତିଆରି କରିବା ସହ ଆତ୍ମନିର୍ଭର ଶୀଳ ହେବାକୁ ପ୍ରୟାସ କରାଯାଉଛି  । ସରକାରଙ୍କ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ଏହାର ଦାୟିତ୍ୱ ନେଇଛି ।

 

Leave a Reply