ମହାରାଷ୍ଟ୍ର ସଂକ୍ରମଣ ପରେ ଓଡ଼ିଶାର ସତର୍କତା, ସବୁ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଚିଠି

Triple Mutant Coronavirus B1618 Reported In India

ଭୁବନେଶ୍ୱର: ରାଜ୍ୟରେ ବଢ଼ିପାରେ କୋଭିଡ୍ ସଂକ୍ରମଣ, ସତର୍କ ରୁହ । ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସମସ୍ତ ମହାନଗର ନିଗମକୁ ଚିଠି ଲେଖି ସତର୍କ କରାଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ଦେଶର କେତେକ ରାଜ୍ୟ ବିଶେଷକରି ମହାରାଷ୍ଟ୍ରରେ ଅନଲକ୍ ପରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇଛି । ଫଳରେ ଅମରାବତୀରେ ପୁଣି ଲକଡାଉନ୍ ଲାଗୁ ହୋଇଛି । ଏଭଳି ପରିସ୍ଥିତିରେ ସତର୍କ ପଦକ୍ଷେପ ନନେଲେ ଓଡ଼ିଶାରେ ସଂକ୍ରମଣ ବଢ଼ିପାରେ ।

 Adtnl Chief Secy To Health Writes Letter To All Collector

ଏସବୁକୁ ଦୃଷ୍ଟିରେ ରଖି ଜିଲ୍ଲାରେ କୋଭିଡ୍ ନିୟମ ପାଳନ ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସଚିବ । ଜିଲ୍ଲା ସହ ପ୍ରମୁଖ ସହରରେ କୋଭିଡ୍ କଟକଣା କଡ଼ାକଡ଼ି ପାଳନ ନିଶ୍ଚିତ କରିବାକୁ କୁହାଯାଇଛି । ପର୍ଯ୍ୟାପ୍ତ ପରିମାଣରେ କରୋନା ଟେଷ୍ଟ ଗାଇଡଲାଇନ୍ ଅନୁସାରେ କରାଯିବ ।

ଜନଗହଳିପୂର୍ଣ୍ଣ ସ୍ଥାନ ଯେପରିକି ମାର୍କେଟ, ଧର୍ମାନୁଷ୍ଠାନ, ଶିକ୍ଷାନୁଷ୍ଠାନ ଆଦି ସ୍ଥାନ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କୁହାଯାଇଛି । ଏସବୁ ସ୍ଥାନରେ କରୋନା ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତ ଜିଲ୍ଲାପାଲଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ।

Leave a Reply