ଜାଣନ୍ତୁ କେଉଁ ଦୁଷ୍କର୍ମ ମାମଲାରେ ସୁରକ୍ଷା ପାଇଲେ ଆଦିତ୍ୟ ପଞ୍ଚୋଲି

ଏହା ପ୍ରଥମ ଥର ନୁହେଁ ଯେତେବେଳେ ବଲିଉଡର ଜଣାଶୁଣା ଅଭିନେତା ଆଦିତ୍ୟ ପଞ୍ଚୋଲି ବିବାଦ ମଧ୍ୟକୁ ଟାଣି ହୋଇଛନ୍ତି । କେବେ ବଲିଉଡ କୁଇନ କଙ୍ଗନାଙ୍କୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ତ କେକେବେଳେ ଧର୍ଷଣ ଅଭିଯୋଗକୁ ନେଇ । ନିକଟ ଅତୀତରେ ଆଦିତ୍ୟଙ୍କ ନାମରେ ଧର୍ଷଣ ଅଭିଯୋଗ ଆଣିଥିଲେ ଜଣେ ଅଭିନେତ୍ରୀ । ଖବର ଅନୁସାରେ ଗତ ଏକ ମାସ ପୂର୍ବରୁ ଜଣେ ବଲିଉଡ ଅଭିନେତ୍ରୀଙ୍କ ଦ୍ୱାରା ଦାଖଲ ହୋଇଥିବା ବଳାତ୍କାର ଅଭିଯୋଗରେ ଆଦିତ୍ୟ ପଞ୍ଚୋଲିଙ୍କୁ ଦିଆଯାଇଥିବା ଗିରଫରୁ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷାକୁ ଅଗଷ୍ଟ ୩ ତାରିଖ ପର‌୍ୟନ୍ତ ବଢାଇ ଦିଆଯାଇଛି ।

କହିରଖୁଛୁ ଗତ ଜୁନ୍ ୨୮ରେ ଆଦିତ୍ୟ ପଞ୍ଚୋଲିଙ୍କ ନାମରେ ଜଣେ ବଲିଉଡ ଅଭିନେତ୍ରୀ ଧର୍ଷଣ ଅଭିଯୋଗ ଆଣିବା ପରେ ଭର୍ସୋଭା ପୋଲିସ୍ ଥାନାରେ ଆଦିତ୍ୟଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା । ଯାହାପରେ ଆଦିତ୍ୟ ପଞ୍ଚୋଲି ଜାମିନ ପାଇଁ ଆବେଦନ କରିଥିଲେ । ଏହାପରେ ଜୁଲାଇ ୧୯ ତାରିଖରୁ ଅଭିନେତାଙ୍କୁ ଗିରଫରୁ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ପ୍ରଦାନ କରାଯାଇଥିଲା । ମିଡିଆ ରିପୋର୍ଟ ଅନୁସାରେ ଗତ ଶୁକ୍ରବାରକୁ କୋର୍ଟ ଏହି ଶୁଣାଣିକୁ ଆସନ୍ତା ୩ ତାରିଖ ପର‌୍ୟ୍ୟନ୍ତ ସ୍ଥଗିତ ରଖିଛନ୍ତି । ସେ ପର‌୍ୟ୍ୟନ୍ତ ଗିରଫ ପ୍ରକ୍ରିୟା ଜାରି ରହିବ ବୋଲି କହିଛନ୍ତି ଆଦିତ୍ୟଙ୍କ ଓକିଲ ପ୍ରଶାନ୍ତ ପାଟିଲ ।

Leave a Reply