ସମ୍ପର୍କ ୪ ମାସର, ଜାନୁଆରୀରେ ବ୍ରେକଅପ୍

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ନୂଆ ମୋଡ଼ । ଆଦିତ୍ୟଙ୍କ ମାଆଙ୍କ ଅଭିଯୋଗ ପରେ ସାମ୍ନାକୁ ଆସିଛନ୍ତି ଆଦିତ୍ୟଙ୍କୁ ଭଲ ପାଉଥିବା ଚିନ୍ମୟୀ । ବାଲେଶ୍ୱରର ଝିଅ ଚିନ୍ମୟୀ ମହାପାତ୍ର ଆଦିତ୍ୟଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ନନ୍ଦିଘୋଷ ଟିଭିକୁ ପ୍ରତିକ୍ରିୟା ଦେଇଛନ୍ତି । ସେ ଆଦିତ୍ୟଙ୍କୁ ଭଲ ପାଉଥିଲେ । ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ସମ୍ପର୍କ ଡିସେମ୍ବରରେ ହୋଇଥିଲା ଦି ଏଣ୍ଡ ।

ଚିନ୍ମୟୀ ଆଦିତ୍ୟଙ୍କୁ ସାମାଜିକ ଗଣମାଧ୍ୟମ ଫେସବୁକରୁ ଜାଣିବାକୁ ପାଇଥିଲେ । ତାପରେ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିଲା ଉଭୟଙ୍କ ମଧ୍ୟରେ ଲଭ୍ ରିଲେସନସିପ୍ । ୪ ମାସ ପରେ ଅର୍ଥାତ୍ ଡିସେମ୍ବର ଯାଏଁ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍ ଥିଲା । ଚିନ୍ମୟୀ କାମରେ ଭୁବନେଶ୍ୱର ଆସିବା ବେଳେ ଆଦିତ୍ୟଙ୍କୁ ଦେଖା ହେଉଥିଲେ ବୋଲି କହିଛନ୍ତି । ଏପରିକି ଚିନ୍ମୟୀ ଆଦିତ୍ୟଙ୍କ ଆଶ୍ରମକୁ ଦୁଇ ଥର ଯାଇଥିଲେ । ପପୁ ଓ ବିକାଶଙ୍କୁ ମଧ୍ୟ ଦେଖା ହୋଇଥିଲେ ।

ତେବେ, ହଠାତ୍ ଜାନୁଆରୀ ପ୍ରଥମ ସପ୍ତାହରୁ ଆଦିତ୍ୟ ତାଙ୍କୁ ଆଭୋଏଡ୍ କରିବା ଆରମ୍ଭ କରିଥିଲେ । ଚିନ୍ମୟୀଙ୍କ ଅନୁସାରେ ଜାନୁଆରୀରୁ ଆଦିତ୍ୟ ତାଙ୍କ କଲ ରିସିଭ୍ କରିବା ବନ୍ଦ କରିଦେଇଥିଲେ । ତାଙ୍କୁ ନଜର ଅନ୍ଦାଜ କରିବା ଆରମ୍ଭ କରିଥିଲେ । ଶେଷରେ ଆଦିତ୍ୟ ତାଙ୍କୁ ବ୍ରେକଅପ୍ କରିବାକୁ କହିଥିଲେ । ଚିନ୍ମୟୀଙ୍କ ଅନୁସାରେ ଆଦିତ୍ୟ ତାଙ୍କୁ କହିଥିଲେ ଯେ, ମୋ ଜୀବନରେ ଆଉ ଜଣେ ଆସିଯାଇଛି ,ତୁ ତୋ ବାଟରେ ଯା’ । ବ୍ରେକଅପ୍ ପାଇଁ ଆଦିତ୍ୟ ସିଧା ସିଧା କହିବା ପରେ ସେ ଆଉ ଚିନ୍ମୟୀଙ୍କ ଫୋନ୍ କଲ ରିସିଭ୍ କରିନଥିଲେ ।

ବ୍ଲାକମେଲ୍ କରୁନଥିଲି, ସାଇକୋ ଲେଡି କଥା ମିଛ

ତେବେ ଆଦିତ୍ୟଙ୍କୁ ଜଣେ ସାଇକୋ ଲେଡି ବ୍ଲାକ୍ ମେଲ କରୁଥିଲେ । ତାଙ୍କୁ ବାହା ନହେଲେ ଆତ୍ମହତ୍ୟା କରିବି ବୋଲି କେବେ ମଧ୍ୟ ଧମକ ଦେଇନି ବୋଲି କହିଛନ୍ତି ଚିନ୍ମୟୀ । ସୂଚନାଯୋଗ୍ୟ ଯେ,ଆଦିତ୍ୟଙ୍କ ବାପା ମା’ ପ୍ରଥମେ ଆଦିତ୍ୟ ମୃତ୍ୟୁ ମାମଲାରେ ଏହି ସାଇକୋ ଲେଡି କଥା ସାମ୍ନାକୁ ଆଣିଥିଲେ । ଏବେ ଚିନ୍ମୟୀଙ୍କ କହିବା ହେଉଛି,ଯେଉଁମାନେ ସାଇକୋ ଲେଡି କଥା ଉଠାଇଛନ୍ତି ସେମାନଙ୍କ ବିରୋଧରେ ମୁଁ ଆଇନର ଆଶ୍ରୟ ନେବି । ଚିନ୍ମୟୀ ମଧ୍ୟ ସବୁ ପ୍ରକାରର ତଦନ୍ତର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ବ୍ଲାକ୍ ମେଲ କରିବା ଉପରେ ଚିନ୍ମୟୀଙ୍କ କହିବା ହେଉଛି,ଯେତେବେଳେ ସେ ଆଉ ଜଣକର ହୋଇ ସାରିଥିଲେ ସେତେବେଳେ ମୁଁ ତାଙ୍କୁ କ’ଣ ପାଇଁ ବ୍ଲାକ୍ ମେଲ୍ କରିବି ?

ଏକତରଫା ନୁହେଁ ଡିଷ୍ଟାନ୍ସ ରିଲେସନସିପ୍ ଥିଲା

ମୁଁ ଏକତରଫା ପ୍ରେମ କରୁନଥିଲି, ଏକାଥା କହିଛନ୍ତି ଚିନ୍ମୟୀ । ଆଦିତ୍ୟଙ୍କୁ ଜଣେ ସାଇକୋ ଲେଡି ଏକତରଫା ଭଲ ପାଉଥିଲେ ବୋଲି ତାଙ୍କ ବାପା ମା’ ଅଭିଯୋଗ କରିଥିଲେ ।  ଏହା ଉପରେ ପ୍ରତିକ୍ରିୟା ଦେଇ ଚିନ୍ମୟୀ କହିଛନ୍ତି କି, ମୁଁ ଏକତରଫା ପ୍ରେମ କରୁନଥିଲି ।  ଆଦିତ୍ୟ ଓ ମୋ ଭିତରେ ଡିଷ୍ଟାନ୍ସ ରିଲେସନସିପ୍ ଥିଲା । ତେବେ, ଆଦିତ୍ୟ ମୋତେ ଆଭୋଏଡ୍ କରିବା ସହ ଫୋନ୍ ନ ଉଠାଇବା ପରେ ମୁଁ ଚୁପ୍ ରହିଥିଲି ।

Leave a Reply