ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସି : ଆକ୍ସେପ୍ଟ କରନ୍ତୁ, ନଚେତ୍ ଡିଲିଟ୍ କରନ୍ତୁ

1 min read

ନିକଟରେ ନିୟମ ବଦଳାଇ ପ୍ରାଇଭେସି ପଲିସିକୁ ଅପଡେଟ୍ କରିଛି ଇଂଷ୍ଟାଣ୍ଟ ମେସେଜିଙ୍ଗ ଆପ୍ ହ୍ୱାଟ୍ସାଆପ୍ । ହ୍ୱାଟ୍ସାଆପ ଖୋଲିବା ମାତ୍ରେ ମୋବାଇଲ ସ୍କ୍ରିନ ଉପରେ ଆସୁଛି ଏହି ନୂଆ ପଲିସିର ଅପଡେଟ୍ ନୋଟିଫିକେସନ୍ । ଏହି ନୂଆ ପଲିସିକୁ ଅପ୍ଡେଟ୍ କରିବା ପାଇଁ ୮ ଫେବୃୟାରୀ ପର୍ଯ୍ୟନ୍ତ ୟୁଜର୍ସଙ୍କୁ ହ୍ୱାଟ୍ସାଆପ ଦେଇଛି ସମୟ । ଯଦି ୟୁଜର୍ସ ଉକ୍ତ ପଲିସିକୁ ଆକ୍ସେପ୍ଟ କରୁନାହାଁନ୍ତି ତେବେ ମୋବାଇଲରେ ହ୍ୱାଟ୍ସାଆପ କାମ କରିବ ନାହିଁ ।

ହ୍ୱାଟ୍ସାଆପକୁ ଜାରି ରଖିବା ପାଇଁ ୟୁଜର୍ସଙ୍କୁ ପଲିସି ଆକ୍ସେପ୍ଟ କରିବାକୁ ପଡ଼ିବ । ହ୍ୱାଟ୍ସାଆପ ଖୋଲିବା ମାତ୍ରେ ଆପଣଙ୍କ ସ୍କ୍ରିନ ଉପରେ ଅପଡେଟ୍ ନୋଟିଫିକେସନ୍ ନଜର ଆସିବ । ତେବେ ଏହା କୌଣସି ସମୟରେ ଆସିପାରେ । ଯେଉଁଥିରେ ଆପଣଙ୍କୁ ଦୁଇଟି ଅପ୍ସନ ନଜର ଆସିବ । ଗୋଟିଏ Agree ଏବଂ ଅନ୍ୟଟି Not Now । ନୂଆ ପ୍ରାଇଭେସି ପଲିସିକୁ ଯଦି ଆପଣ କିଛି ସମୟ ପାଇଁ ଆକ୍ସେପ୍ଟ କରୁ ନାହାଁନ୍ତି, ତଥାପି ଆପଣ ହ୍ୱାଟ୍ସାଆପ ବ୍ୟବହାର କରିପାରିବେ । କିନ୍ତ ଯଦି ନିର୍ଧାରିତ ତାରିଖ ମଧ୍ୟରେ ୟୁଜର୍ସ ଅପଡେଟକୁ ଆକ୍ସସେପ୍ଟ କରୁନାହାନ୍ତି ତେବେ ହ୍ୱାଟସଆପ୍ କାମ କରିବ ନାହିଁ ।

ନୂଆ ପଲିସିରେ ଫେସବୁକ ଏବଂ ଇଂଷ୍ଟାଗ୍ରାମର ଏକୀକରଣ ଅଧିକ ରହିଛି । ଏବେ ପୂର୍ବ ଅପେକ୍ଷା ଅଧିକ ଡାଟା ଫେସବୁକ ନିକଟରେ ରହିବ । ହ୍ୱାଟ୍ସାଆପ ଡାଟା ପୂର୍ବରୁ ଫେସବୁକ ସହିତ ଶେୟାର କରାଯାଉଥିଲା କିନ୍ତୁ ଏବେ ଇନଷ୍ଟାଗ୍ରାମ ସହ ମଧ୍ୟ ଡାଟାକୁ ହ୍ୱାଟସଆପ୍ ସେୟାର କରିବ ।
ତେବେ ନୂଆ ପ୍ରାଇଭେସି ପଲିସି କ’ଣ କହୁଛି ?

ନୂଆ ପ୍ରାଇଭେସି ପଲିସିରେ କୁହାଯାଇଛି ଯେ, ଆମ ସର୍ଭିସକୁ ଅପରେଟ କରିବା ପାଇଁ ଆପଣ ହ୍ୱାଟ୍ସାଆପକୁ, ଯେଉଁ ତଥ୍ୟ ଅପଲୋଡ, ସବମିଟ,ଷ୍ଟୋର, ସେଣ୍ଡ ବା ରିସିଭ୍ କରନ୍ତି, ସେଗୁଡ଼ିକର ବ୍ୟବହାର, ରିପ୍ରଡ୍ୟୁସ, ଡିଷ୍ଟ୍ରିବ୍ୟୁଟ ଏବଂ ଡିସପ୍ଲେ କରିବା ପାଇଁ ସାରା ବିଶ୍ୱରେ ନନ୍ ଏକ୍ସକ୍ଲୁସିଭ୍ , ରୟାଲଟି ଫ୍ରୀ, ସବ୍ଲିସେନ୍ସେବଲ ଏବଂ ଟ୍ରାନ୍ସଫରେବଲ ଲାଇସେନ୍ସ ହ୍ୱାଟସଆପକୁ ଦେଉଛନ୍ତି । ତେବେ ଏହା ଏକ ସୀମିତ ଉଦ୍ଦେଶ୍ୟ ପାଇଁ କରାଯାଇଥିବା ସେଥିରେ ଉଲ୍ଲେଖ ରହିଛି ।

Leave a Reply