ଟ୍ରକ୍ ସ୍କର୍ପିଓ ମୁହାଁମୁହିଁ ଧକ୍କା, ୬ ମୃତ ୩ ଗୁରୁତର

1 min read

ପାଟଣା: ବିହାରରେ ମର୍ମନ୍ତୁଦ ଦୁର୍ଘଟଣା । କଟିହାର ଜିଲା ଜାତୀୟ ରାଜପଥ-୩୧ରେ ଟ୍ରକ୍-ସ୍କର୍ପିଓ ଧକ୍କା । ଘଟଣାସ୍ଥଳରେ ୬ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ସମସ୍ତ ମୃତକ ରୋସଡ଼ ଜିଲାର ଅଧିବାସୀ । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ ଗତକାଲି ବାହାଘରରୁ ଏକ ପରିବାର ସ୍କର୍ପିଓ ଯୋଗେ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଆଗପଟୁ ଦ୍ରୁତ ଗତିରେ ଟ୍ରକ୍ ଆସୁଥିବା ବେଳେ ସ୍କର୍ପିଓ ଭାରସାମ୍ୟ ହରାଇଥିଲା ଫଳରେ ଟ୍ରକ୍ ଓ ସ୍କର୍ପିଓ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ସ୍କର୍ପିଓରେ ଥିବା ୧୦ ଯାତ୍ରୀଙ୍କ ମଧ୍ୟରୁ ଦୁର୍ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୩ ଜଣ ଗୁରୁତର ଥିବା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିବାସହ ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି। ଏଥିସହ ସେ ଆହତମାନଙ୍କ ଆଶୁଆରୋଗ୍ୟ କାମନା କରିଥିଛନ୍ତି। ଏହା ବ୍ୟତୀତ ଗତକାଲି କାଟିହର, ଖାଗଡିଆ, ସୁପାଲ ଏବଂ ଭାଗଲପୁରର ଅନେକ ସ୍ଥାନରେ ସଡ଼କ ଦୁର୍ଘଟଣାରେ ପାଖାପାଖି ୧୨ଜଣଙ୍କର ମୃତ୍ୟୁ ଘଟିଛି।

Leave a Reply