ମେଡିକାଲ ପରେ ଥାନା ବୁଲିଲେ ୫-ଟି ସଚିବ

1 min read

ସମ୍ବଲପୁର: ସ୍କାନରରେ ସରକାରୀ କର୍ମଚାରୀ । କେମିତି ଲୋକଙ୍କୁ ଯୋଗାଉଛନ୍ତି ସେବା । ଅଫିସରଙ୍କ ବ୍ୟବହାରରେ ଲୋକ ସନ୍ତୁଷ୍ଟ ଅଛନ୍ତି ତ ? ମୋ ସରକାର ଓ 5-T କାର୍ଯ୍ୟକ୍ରମ ଜରିଆରେ ଏସବୁ ପରଖୁଛନ୍ତି ସରକାର । ସିଧା ଗ୍ରାଉଣ୍ଡକୁ ଯାଇ 5-T ସଚିବ ଭି.କାର୍ତ୍ତିକେୟନ ପାଣ୍ଡିୟାନ୍ ଅନୁଧ୍ୟାନ କରିଛନ୍ତି ।PANDIYAN

ଏହି କ୍ରମରେ ଆଜି 5-T ସଚିବ ଭି.କାର୍ତ୍ତିକେୟନ ପାଣ୍ଡିୟାନ୍ ସମ୍ବଲପୁର ଜିଲ୍ଲା ଚିକିତ୍ସାଳୟ ପରିଦର୍ଶନ କରିଥିଲେ । ସେଠାରେ ରୋଗୀ ଓ ସେମାନଙ୍କର ସମ୍ପର୍କୀୟଙ୍କ ସହ କଥା ହୋଇଥିଲେ । ଏହାପରେ ଅଚାନକ ଅଇଁଠାପାଲି ଥାନାରେ ପହଞ୍ଚିଥିଲେ ପାଣ୍ଡିଆନ୍ । ଥାନା ଡାଏରୀରୁ ଏତଲାକାରୀଙ୍କ ଫୋନ୍ ନମ୍ବର ନେଇ କଲ୍ କରିଥିଲେ । ପୋଲିସ କେମିତି ସେବା ଯୋଗାଉଛି । ଏତଲା ଗ୍ରହଣରେ ବିଳମ୍ବ ହୋଇଛି ନା ଏତଲା ନ ରଖିବାକୁ ଚାପ ପକାଯାଇଛି । ଏସବୁ ଫୋନ୍ କରି ବୁଝିଛନ୍ତି 5-T ସଚିବ ।

ଅଇଁଠାପାଲି ଥାନାରେ ମୋ-ସରକାର କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସମୀକ୍ଷା କରିବା ସହ ଉତ୍ତମ ବ୍ୟବହରା ପାଇଁ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ୫-ଟି ସଚିବଙ୍କ ସହ ସମ୍ବଲପୁର ଏସପି ଓ ଅଇଁଠାପାଲି ଥାନା ଅଧିକାରୀ ଉପସ୍ଥିତ ଥିଲେ ।

')}

Leave a Reply