କରୋନା ପ୍ରତିରୋଧ ପାଇଁ ୩୦ ଜିଲ୍ଲାକୁ ୪୪.୦୫ କୋଟି ଟଙ୍କା ପ୍ରଦାନ

ଭୁବନେଶ୍ୱର: ମହାମାରୀ କରୋନା ସହ ଲଢ଼ିବା ସରକାର ପ୍ରସ୍ତୁତ ରହିଛନ୍ତି । ଏଥିପାଇଁ ଆଗାମୀ ଦିନରେ ଜନବଳ, ମନୋବଳ ଓ ଅର୍ଥବଳ ଆବଶ୍ୟକ । କରୋନା ପ୍ରତିରୋଧ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ୪୪.୦୫ କୋଟି ଟଙ୍କା ୩୦ ଜିଲ୍ଲାକୁ ଦିଆଯାଇଛି । ସବୁ ଚିକିତ୍ସାଳୟକୁ ଜିନିଷପତ୍ର ଯୋଗାଇବା ତ୍ୱରାନ୍ୱିତ କରିବାକୁ ପଦକ୍ଷେପ ନିଆଯାଇଛି ।

ଓଡ଼ିଶା ରାଜ୍ୟ ଔଷଧ ସେବା ନିଗମ, ଆବଶ୍ୟକୀୟ ମେଡିକାଲ ସାମଗ୍ରୀ ଯୋଗାଣ ଶୀଘ୍ର କଲେ ୫୦ ପ୍ରତିଶତ ଅର୍ଥ ଅଧିକ ଦିଆଯିବ । ୭ ଦିନ ଆଗରୁ ଡେଲିଭରୀ କଲେ ୫୦ ପ୍ରତିଶତ ଅର୍ଥ ଅଧିକ ମିଳିବ । ୧୫ ଦିନ ପାଇଁ ୨୫ ପ୍ରତିଶତ ଓ ମାସକ ପାଇଁ ୧୦ ପ୍ରତିଶତ ଇନସେଣ୍ଟିଭ୍ ମିଳିବ । ଏଥିସହ ପରିବହନର ସମସ୍ତ ଖର୍ଚ୍ଚ ମଧ୍ୟ ଦିଆଯିବ । ଯୋଗାଣର ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରାଜ୍ୟ ଔଷଧ ସେବା ନିଗମ ପେମେଣ୍ଟ ସପ୍ଲାଏରକୁ ଦେବେ ।

ମୁଖ୍ୟମନ୍ତ୍ରୀଙ୍କ ଇମୋସନାଲ ଅପିଲ୍, ଘରୁ ବାହାରନ୍ତୁ ନାହିଁ…

ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ଓ ପରିବହନରେ ବାଧା ଦେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ରାଜ୍ୟ ବାହାରୁ ଓଡ଼ିଶାକୁ ୭୮ ହଜାର ୨୩୩ ଜଣ ବ୍ୟକ୍ତି ଫେରିଛନ୍ତି । ୩ଟି ଜିଲ୍ଲାରେ ୫୦୦ ପାଖାପାଖି ଲୋକ ଫେରିଥିବା ବେଳେ ଅନ୍ୟ ୨୭ଟି ଜିଲ୍ଲାରେ ଏକ ହଜାରରୁ ୧୧ ହଜାର ଲୋକ ଫେରିଛନ୍ତି । ଏଥିରେ ସଂକ୍ରମିତ ରାଜ୍ୟରୁ ଫେରିଥିବା ଲୋକ ସାମିଲ୍ ଅଛନ୍ତି । ବାହାର ରାଜ୍ୟରୁ ଆସିଥିବା ଲୋକ ୧୪ ଦିନ ପାଇଁ ସଂଘରୋଧ ହୋଇ ରୁହନ୍ତୁ । ଏଥିପାଇଁ ଗ୍ରାମ ପଞ୍ଚାୟତ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି ।

Leave a Reply