କରୋନା କବଳରେ ୨୯ ବିଏସ୍‌ଏଫ୍‌ ଯବାନ, ମାଲକାନାଗିରିରୁ ନୂଆ ୩୬ କରୋନା ପଜିଟିଭ

ମାଲକାନାଗିରି: ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ  । ଦିନକୁ ଦିନ ତା ସଂଖ୍ୟା ବଢ଼ାଇବାରେ ଲାଗିଛି କରୋନା ।  ମାଲକାନାଗିରିରେ ମାଓବାଦୀଙ୍କ ଠାରୁ ଆମକୁ ସୁରକ୍ଷା ଦେଉଥିବା ବିଏସ୍‌ଏଫ୍‌ ଯବାନ ଏବେ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । ୨୯ ଜଣ ବିଏସ୍‌ଏଫ୍‌ ଯବାନ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏମାନେ ସମସ୍ତଙ୍କ ମଧ୍ୟରୁ କିଏ ଛୁଟିରେ ଯାଇ ଫେରିଥିଲେ ତ ପୁଣି କିଛି ଯବାନଙ୍କର ବାଟାଲିୟନ ବଦଳି ହୋଇଥିଲା । ସେଥିପାଇଁ ସେମାନେ ସମସ୍ତଙ୍କୁ ମାଲକାନାଗିରି ସ୍ଥିତ ମାଳ୍ୟବନ୍ତ ବଏଜ୍‌ ହଷ୍ଟେଲରେ କ୍ୱାରେଣ୍ଟାଇନରେ ରଖାଯାଇଥିଲା । ତେବେ ସେମାନଙ୍କର ଟେଷ୍ଟ ପଜିଟିଭ ଆସିଲା ପରେ ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ମାଲକାନାଗିରିରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୯୬  । ସେଥିମଧ୍ୟରୁ ସୁସ୍ଥ ହୋଇଛନ୍ତି ୪୮ ଏବଂ ସକ୍ରିୟ ରହିଛନ୍ତି ୪୮  ।

ସେପଟେ ମଙ୍ଗଳବାର ରାଜ୍ୟରେ ଚିହ୍ନଟ ହୋଇଥିଲେ ୨୦୬ କରୋନା ସଂକ୍ରମିତ । ସେମାନଙ୍କ ମଧ୍ୟରୁ ୧୯୨ ଜଣ କ୍ୱାରେଣ୍ଟାଇନ୍‌ରୁ ଓ ଅନ୍ୟ ୧୪ ଜଣ ସ୍ଥାନୀୟ ଅଞ୍ଚଳ ବା ଲୋକାଲ କଣ୍ଟାକ୍ଟ ।  ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭ ହଜାର ୬୫ରେ ପହଞ୍ଚିଛି । ନୂଆ କରି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ  ଅନୁଗୁଳ ୬, ବାଲେଶ୍ୱର ୫, ଭଦ୍ରକ ୪, ବଲାଙ୍ଗୀର ୧୬, ବୌଦ୍ଧ ୧, କଟକ ୧୭, ଦେବଗଡ଼ ୧୫, ଢେଙ୍କାନାଳ ୪, ଗଞ୍ଜାମ ୩, ଜଗତସିଂହପୁର ୧୭, ଯାଜପୁର ୨୮ ।

ଝାରସୁଗୁଡ଼ା ୩, କେନ୍ଦ୍ରାପଡ଼ା ୪, କେନ୍ଦୁଝର ୬, ଖୋର୍ଦ୍ଧା ୭, କୋରାପୁଟ ୧୮, ମାଲକାନଗିରିରୁ ୩୬, ମୟୂରଭଞ୍ଜରୁ ୭, ନୟାଗଡ଼ରୁ ୧, ପୁରୀରୁ ୧, ସମ୍ୱଲପୁର ୪, ଏବଂ ପଶ୍ଚିମବଙ୍ଗ ଫେରନ୍ତା ଜଣେ ଏନ୍‌ଡିଆରଏଫ୍ ଯବାନ । ତେବେ ରାଜ୍ୟରେ କରୋନା ଟେଷ୍ଟିଂ ବଢ଼ୁଥିବାରୁ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏଯାବତ୍ ରାଜ୍ୟରେ ମୋଟ ୨ଲକ୍ଷ ୬୫ ହଜାର ୪୩୧ କରୋନା ଟେଷ୍ଟିଂ ହୋଇଛି । ସେମାନଙ୍କ ମଧ୍ୟରୁ ୭ ହଜାର ୬୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ ହଜାର ୯୪୬ ଜଣ ସୁସ୍ଥ ହୋଇଘରକୁ ଫେରିଛନ୍ତି ଏବଂ ୨ହଜାର ୮୭ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

ବିଏମସି ଫୋକସରେ ବସ୍ତି, ହଟସ୍ପଟ ଜିଲ୍ଲାରୁ ଆସିଲେ ସରକାରୀ କ୍ୱାରେଣ୍ଟାଇନରେ ରହିବେ

Leave a Reply