spot_img

Latest Posts

ନଦୀରେ ବୁଡି ଦୁଇ ସମ୍ପର୍କୀୟ ଭାଇ ଭଉଣୀଙ୍କ ସଲିଳ ସମାଧି

ଜୟପୁର: ନଦୀରେ ବୁଡି ଦୁଇ ସମ୍ପର୍କୀୟ ଭାଇ ଭଉଣୀ ମୃତ। କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଂଚଳରୁ ଆସିଛି ଏ ଦୁଖଦ ଖବର। ବୋରିଗୁମ୍ମା ଅଞ୍ଚଳା ପଞ୍ଚାୟତର ବିରାହାଣ୍ଡି ଗାଁରେ ଘଟିଛି ଏ ଅଘଟଣ। ଗାଁରେ ଥିବା ନଦୀରେ ବୁଡ଼ି ଉଭୟଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକ ହେଲେ ବିରାହାଣ୍ଡି ଗାଁର ଯୋଗେଶ୍ୱର ଅମୋନାତ୍ୟଙ୍କ ୫ ବର୍ଷୀୟ ଝିଅ  ଓ ସଦନ ଅମୋନାତ୍ୟଙ୍କ ପାଞ୍ଚ ବର୍ଷର ପୁଅର ମୃତ୍ଯୁ ହୋଇଛି। ଉଭୟ ଶୌଚ ପାଇଁ ନଦୀକୁ ଯାଇଥିବାବେଳେ ବୁଡ଼ି ଯାଇଥିଲେ। ଦୀର୍ଘ ସମୟ ଧରି ଉଭୟ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପରେ ପାଣିରୁ ଦୁହିଁଙ୍କ ଉଦ୍ଧାର କରାଯାଇଥିଲା। ଉଭୟଙ୍କୁ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଦୁଇ ଶିଶୁଙ୍କ ମୃତ୍ୟୁକୁ ନେଇ ପରିବାର ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Latest Posts

Don't Miss