ଜୋମାଟୋ କୁ ମିଳିଛି ୪୦୧.୭ କୋଟିର ଟ୍ୟାକ୍ସ ଫାଙ୍କିବା ନୋଟିସ୍

1 min read

ନୂଆଦିଲ୍ଲୀ: ଟ୍ୟାକ୍ସ ଫାଙ୍କୁଛି ଜୋମାଟୋ । ଦେଶର ଲୋକପ୍ରିୟ ଫୁଡ୍ ଡେଲିଭରୀ କମ୍ପାନୀ ଜୋମାଟୋ ନାଁରେ ଆସିଛି  ଏକ ସାଙ୍ଘାତିକ ଅଭିଯୋଗ  । ଜୋମାଟୋ ୪୦୧.୭ କୋଟି ଟଙ୍କାର ଟ୍ୟାକ୍ସ ଦେଇନଥିବା ଅଭିଯୋଗ ହୋଇଛି  । ଜିଏସଟି ଇଣ୍ଟଲିଜେନ୍ସି ର ମହାନିର୍ଦେଶାଳୟ ଜୋମାଟୋ ଏବଂ ସ୍ବିଗିକୁ ଡେଲିଭରୀ ଚାର୍ଜରେ ଜିଏସଟି ଫାଙ୍କିଥିବା ନେଇ ନୋଟିସ୍ ପଠେଇଛି  । ଏହି ନୋଟିସ୍ ରେ କୁହାଯାଇଛି ଯେ, ଡେଲିଭରୀ ଚାର୍ଜ ସେବା ବିଭାଗର ଅର୍ନ୍ତଭୁକ୍ତ  । ଏହା ଉପରେ ଏହି ସବୁ କମ୍ପାନୀ ୧୮ ପ୍ରତିଶତ ଜିଏସଟି ଦେବା ବାଧ୍ୟତାମୂଳକ  । ଆଉ ମଧ୍ୟ ଜିଏସଟି ଇଣ୍ଟଲିଜେନ୍ସି ର ମହାନିର୍ଦେଶାଳୟ (DGGI) ଦ୍ବାରା ଜୋମାଟୋ କୁ କାରଣ ଦର୍ଶାଅ ନୋଟିସ୍ ପଠାଯାଇଛି  । କାରଣ ଦର୍ଶାଅ ନୋଟିସ୍ ର ଉତ୍ତର ଦେବାକୁ ଯାଇ ଜୋମାଟୋ କହିଛି ଯେ, ସେ କୌଣସି ଟ୍ୟାକ୍ସ ଦେବାକୁ ଉତ୍ତରଦାୟୀ ନୁହେଁ  । ଏହା ଛଡା ପରସ୍ପର ସହମତିରେ ଚୁକ୍ତିନାମାର ନିୟମ ଏବଂ ସର୍ତାବଳୀ ଅନୁସାରେ , ଫୁଡ୍ ଡେଲଭରୀ କମ୍ପାନୀ କହିଛି ଯେ, ଡେଲିଭରୀ ପାର୍ଟନର ମାନେ ଗ୍ରାହକ ମାନଙ୍କୁ  ଖାଇବା ଡେଲିଭରୀ କରିଥାନ୍ତି  । କମ୍ପାନୀ ଡେଲିଭରୀ କରିନଥାଏ  । ଜୋମାଟା ଏହା ମଧ୍ୟ କହିଛି ଯେ ଆମର ଏକ୍ସଟରନାଲ୍ ଲିଗାଲ୍ ଏବଂ ଟ୍ୟାକ୍ସ ଏକ୍ସପର୍ଟସ୍ ମାନଙ୍କ ରାୟ ବି ଜୋମାଟୋର ରାୟ ସହ ମିଶୁଛି  । ଏବଂ କାରଣ ଦର୍ଶାଅ ନୋଟିସ୍ ର ଉଚିତ୍ ଉତ୍ତର ରଖିବ ବୋଲି ଜୋମାଟା  କହିଛି  ।

ସୂଚନା ଅନୁସାରେ , ଟ୍ୟାକ୍ସି ଅଥରିଟି ଜୋମାଟୋ କୁ ଅକ୍ଟୋବର ୨୦୧୯ରୁ ଜାନୁୟାରୀ  ୨୦୨୨ ଯାଏଁ ଟ୍ୟାକ୍ସ ନଦେଇଥିବାରୁ  ଜୋରିମାନା , ସୁଧ ସହ ସମସ୍ତ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି  । ଜାନୁୟାରୀ ୨୦୨୨ ରେ ଜିଏସଟି ପରିଷଦ ଫୁଡ୍ ଡେଲିଭରୀ ସର୍ଭିସ୍ ପାଇଁ ୫ ପ୍ରତିଶତ ଟ୍ୟାକ୍ସର ଘୋଷଣା କରିଛନ୍ତି  । ଏବଂ ରେଷ୍ଟୋରାଣ୍ଟ ସର୍ଭିସ୍ କୁ ଜିଏସଟିରେ ଅର୍ନ୍ତଭୁକ୍ତ କରାଯାଇଛି  ।