ସମ୍ଭଲ ହିଂସା : ପୋଲିସର ବଡ଼ ଆକ୍ସନ, ଜାମା ମସଜିଦର ମୁଖ୍ୟ ଜାଫର ଅଲ୍ଲୀକୁ ଗିରଫ
1 min read
ନନ୍ଦିଘୋଷ ବ୍ୟୁରୋ : ୟୁପିର ସମ୍ଭଲ ହିଂସାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । ଜାମା ମସଜିଦର ମୁଖ୍ୟ ଜାଫର ଅଲ୍ଲୀଙ୍କୁ କରିଛି ଗିରଫ । ପୋଲିସ ପ୍ରଥମେ ଜାଫର ଅଲ୍ଲୀଙ୍କୁ ଅଟକ ରଖି ପଚରାଉଚରା କରିଥିଲା ହେଲେ ପରେ ତାଙ୍କୁ ଗିରଫ କରିଛି । କୋର୍ଟଙ୍କ ନିର୍ଦ୍ଦେଶ ପରେ, ନଭେମ୍ବର୨୪ ତାରିଖରେ ସର୍ଭେ ସମୟରେ ଘଟିଥିବା ହିଂସା ମାମଲାରେ ପୋଲିସ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।
ସମ୍ଭଲ ହିଂସା ମାମଲାରେ ଏପର୍ଯ୍ୟନ୍ତ ପୋଲିସ ୫୦ରୁ ଅଧିକ ଲୋକଙ୍କୁ ଜେଲ ପଠାଇ ସାରିଲାଣି, ଯେଉଁଥିରେ ଅନେକ ମହିଳା ମଧ୍ୟ ଅଛନ୍ତି। ଏହା ପ୍ରଥମ ଥର ଯେତେବେଳେ ଶାହି ଜାମା ମସଜିଦ କମିଟିର ମୁଖ୍ୟଙ୍କୁ ପଚରାଉଚରା କରାଯିବ।
ଅନ୍ୟପଟେ ନଭେମ୍ବର ୨୪ରେ ଶାହି ଜାମା ମସଜିଦରେ ହୋଇଥିବା ହିଂସା ଘଟଣାରେ ସଦର ଜାଫର ଅଲ୍ଲୀଙ୍କୁ SIT ପଚରାଉଚରା କରୁଥିଲା। ବର୍ତ୍ତମାନ, ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ପୋଲିସ ଜାମା ମସଜିଦ ବାହାରେ ବହୁ ସଂଖ୍ୟରେ ପୋଲିସ, PAC ଏବଂ RAF ମୁତୟନ କରିଛି। ଜାଫରଙ୍କୁ ଏସପି ଶ୍ରୀଶ ଚନ୍ଦ୍ର ଏବଂ ସଇଓ ଅନୁଜ ଚୌଧୁରୀ ପଚରାଉଚରା ପାଇଁ ଡକାଯାଇଥିଲା, ଯେଉଁଠାରେ ତାଙ୍କୁ ଗିରଫ କରାଯାଇଥିଲା।
କ’ଣ ଥିଲା ପୂରା ଘଟଣା ?
କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୨୪ ନଭେମ୍ବର ରବିବାର ଦିନ ସମ୍ଭଲର ଜାମା ମସଜିଦରେ ଏକ ସର୍ଭେ କରାଯାଉଥିଲା। ଏହାକୁ ବିରୋଧ କରୁଥିବା ପ୍ରଦର୍ଶନକାରୀମାନେ ପୋଲିସ ସହିତ ସଂଘର୍ଷ କରିଥିଲେ। ଏହି ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ହିଂସା, ଗୁଳିଚାଳନା ଏବଂ ପଥର ମାଡ଼ରେ ଉପ-ଜିଲ୍ଲାଅଧିକାରୀ ରମେଶ ଚନ୍ଦ୍ରଙ୍କ ସମେତ ମୋଟ ୨୦ ଜଣ ଆହତ ହୋଇଥିଲେ। ହିଂସା ପରେ ଉତ୍ତେଜନାକୁ ଦୃଷ୍ଟିରେ ରଖି, ସମ୍ଭଲ ତହସିଲରେ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଥିଲା। ତେବେ ଏହି ଘଟଣାକୁ ନେଇ ସମ୍ପୂର୍ଣ୍ଣ ତଦନ୍ତ କରୁଛି SIT ।