spot_img

Latest Posts

ଗୌତମ ଗମ୍ଭୀରଙ୍କ ପରେ ବର୍ତ୍ତମାନ କୋଚ୍ ହେବେ ଯୁବରାଜ ସିଂ, ବର୍ଷା ହେବ କୋଟି କୋଟି ଟଙ୍କା !

ନନ୍ଦିଘୋଷ ବ୍ୟୁରୋ:  ଟିମ୍ ଇଣ୍ଡିଆକୁ ୨ଟି ବିଶ୍ୱକପ୍ ଜିତାଇଥିବା ଯୁବରାଜ ସିଂ ବର୍ତ୍ତମାନ ଆଇପିଏଲରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଯୁବରାଜ ସିଂ ଗୁଜରାଟ ଟାଇଟନ୍ସର ମୁଖ୍ୟ କୋଚ୍ ହୋଇପାରିବେ । କୁହାଯାଉଛି ଯେ, ଗୁଜୁରାଟ ଟାଇଟାନ୍ସର କୋଚ୍ ଆଶିଷ ନେହେରା ଏବଂ ନିର୍ଦ୍ଦେଶକ ବିକ୍ରମ ସୋଲାଙ୍କି ଦଳ ଛାଡିପାରନ୍ତି। ଏହି ବଡ ଫଇସଲା ଆଇପିଏଲ୍ ୨୦୨୫ ମେଗା ନିଲାମ ପୂର୍ବରୁ ହୋଇପାରେ  । ସୁଚନା ଅନୁଯାୟୀ, ବର୍ତ୍ତମାନ ଗୁଜୁରାଟ ଟାଇଟନ୍ସ ମ୍ୟାନେଜମେଣ୍ଟ ଯୁବରାଜ ସିଂଙ୍କ ସହ ଯୋଗାଯୋଗ କରିଛି।

ସମ୍ପ୍ରତି ଯୁବରାଜ ସିଂ ସମଗ୍ର ବିଶ୍ୱରେ ଅବସରପ୍ରାପ୍ତ ଖେଳାଳିଙ୍କ ଲିଗରେ ଭାଗ ନେଉଛନ୍ତି। କିନ୍ତୁ ବର୍ତ୍ତମାନ ବିଶ୍ୱାସ କରାଯାଉଛି ଯେ ତାଙ୍କୁ ଜଣେ ପ୍ରଶିକ୍ଷକ ଭୂମିକାରେ ଦେଖିବାକୁ ମିଳିବ। ତେବେ ଆଇପିଏଲରେ ଯୁବରାଜ ସିଂଙ୍କର ମଧ୍ୟ ଭଲ ଅଭିଜ୍ଞତା ରହିଛି। ୟୁଭି ୧୩୨ ଆଇପିଏଲ୍ ମ୍ୟାଚରେ ୨୭୫୦ ରନ୍ ସଂଗ୍ରହ କରିଛନ୍ତି  । ଏହାରି ଭିତରେ ୟୁଭିଙ୍କ ବ୍ୟାଟରୁ ୧୩ ଅର୍ଦ୍ଧ ଶତକ ମଧ୍ୟ ଆସିଥିଲା ​​ । ଯୁବରାଜ ପଞ୍ଜାବ, ହାଇଦ୍ରାବାଦ, ପୁଣେ ୱାରିୟର୍ସ, ଆରସିବି, ମୁମ୍ବାଇ ଇଣ୍ଡିଆନ୍ସ ଭଳି ଦଳ ପାଇଁ ମଧ୍ୟ ଖେଳିଛନ୍ତି ।

ଯଦି ଯୁବରାଜ ସିଂ ଗୁଜୁରାଟ ଟାଇଟନ୍ସର ମୁଖ୍ୟ କୋଚ୍ ହୁଅନ୍ତି, ତେବେ ସେ ବିପୁଳ ପରିମାଣର ଅର୍ଥ ପାଇବେ। ଯଦି ଏକ ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ ଗୁଜୁରାଟ ଟାଇଟନ୍ସ ଆଶିଷ ନେହେରାଙ୍କୁ ପ୍ରତି ସିଜନରେ ୩.୫କୋଟି ଟଙ୍କା ଦେଉଥିଲା। ଯୁବରାଜଙ୍କ ପାଇଁ ଏହି ପରିମାଣ ବୃଦ୍ଧି ହୋଇପାରେ ।

 

Latest Posts

Don't Miss