ବାଣ ଫୁଟାଇବାକୁ ନେଇ ବିବାଦ, ୨୧ ବର୍ଷୀୟ ଯୁବକଙ୍କୁ ହତ୍ୟା କଲେ ୩ ନାବାଳିକ

ମୁମ୍ବାଇ: ଦୀପାବଳି ଅବସରରେ ମୁମ୍ବାଇର ଶିବାଜୀ ନଗରରେ ବାଣ ଫୁଟାଇବାକୁ ନେଇ ବିବାଦ ଏତେ ବଢ଼ିଯାଇଥିଲା ଯେ ୩ ନାବାଳିକ ମିଶି ଜଣେ ୨୧ ବର୍ଷୀୟ ଯୁବକଙ୍କୁ ହତ୍ୟା କରିଛନ୍ତି । ଶିବାଜୀ ପୋଲିସ ଥାନା ପାଖରେ ୩ ନାବାଳିକ ଛୁରୀ ମାରି ହତ୍ୟା କରିଦେଇଛନ୍ତି, ମୃତକ ଯୁବକଙ୍କ ନାଁ ସୁନୀଲ ଶଙ୍କର ନାଇଡୁ । ଘଟଣା ସୋମବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଘଟିଥିଲା ।

ପୋଲିସର କହିବା ମୁତାବକ, ଅପରାହ୍ନରେ ୧୨ ବର୍ଷୀୟ ନାବାଳକ କାଚ ବୋତଲରେ ବାଣ ଫୁଟାଉଥିଲେ, ସୁନିଲ ନାଇଡୁ ବାଣ ଫୁଟାଇବା ପାଇଁ ମନା କରିଥିଲେ ଏବଂ ସେଠାରୁ ତାକୁ ଘଉଡାଇ ଦେଇଥିଲେ । ଏହାପରେ ୧୨ ବର୍ଷୀୟ ନାବାଳିକ ନିଜର ଜଣେ ୧୫ ବର୍ଷୀୟ ଭାଇ ଏବଂ ୧୪ ବର୍ଷୀୟ ସାଙ୍ଗକୁ ନେଇ ସେଠାକୁ ଯାଇଥିଲା ଏବଂ ସୁନୀଲ ସହ ମାରପିଟ କରିବାକୁ ଲାଗିଥିଲେ । ତିନିଜଣ ମିଶି ଗୋଇଠା ଓ ମୁଥା ମାରିଥିଲେ ।

ଏହାପରେ ଛୁରୀରେ ଆକ୍ରମଣ କରି ସୁନୀଲଙ୍କୁ ଗମ୍ଭୀର ରୂପରେ ଆଘାତ କରିଦେଇଥିଲେ । ସ୍ଥାନୀୟ ଲୋକ ଏବଂ ପୋଲିସ ସହାୟତାରେ ଆହତ ସୁନୀଲଙ୍କୁ ରାଜାବାଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଏହି ମାମଲାରେ ଶିବାଜୀ ପୋଲିସ ଦୁଇ ନାବାଳିକଙ୍କୁ ହେପାଜତକୁ ନେଇ ପଚରା ଉଚରା ଆରମ୍ଭ କରିଦେଇଛି, ଯେତବେଳେ କି ତୃତୀୟ ନାବାଳିକ ନିଖୋଜ ଅଛି ।