ଭରତପୁର ଥାନା ପୋଲିସ ବର୍ବରତା ଘଟଣା: ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଟମାଟୋ ମାଡ କରିଛି ଯୁବ କଂଗ୍ରେସ

ଭୁବନେଶ୍ୱର: ଭରତପୁର ଥାନା ପୋଲିସ ବର୍ବରତାକୁ ନେଇ ସାରା ରାଜ୍ୟରେ ପ୍ରତିବାଦ। ଏହି ଘଟଣାକୁ ନେଇ ଭୁବନେଶ୍ୱରରେ ହଲ୍ଲାବୋଲ କରିଛି ଯୁବ କଂଗ୍ରେସ। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଛି ଯୁବ କଂଗ୍ରେସ । ଅଟକାଇବା ବେଳେ ପୋଲିସ ଓ ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା ଯୁବ କଂଗ୍ରେସ ଅଭିଯୋଗ କରିଛି।