ପିଲାଚୋର ସନ୍ଦେହରେ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ ଗ୍ରାମବାସୀ

ଭଦ୍ରକ: ପିଲାଚୋର ସନ୍ଦେହରେ ବ୍ୟକ୍ତିଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ ଗ୍ରାମବାସୀ  । ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କଲା ପୋଲିସ । ଭଦ୍ରକ ସହରର ଛପୋଲିଆ ନିକଟରେ ଜଣେ ବ୍ୟକ୍ତିକୁ ଚୋର ସନ୍ଦେହରେ ଅଟକାଇଥିଲେ ଗ୍ରାମବାସୀ । ସଂପୃକ୍ତ ବ୍ୟକ୍ତିଙ୍କ ବ୍ୟାଗରୁ ଲୁହା ରଡ୍ ସହ ଅନେକ ମାରଣାସ୍ତ୍ର ଅସ୍ତ୍ର ମିଳିଥିଲା ।  ପରେ ଲୋକେ ଯୁବକଙ୍କୁ ମାଡ଼ ମାରିବା ସହ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଥିଲେ ।  ଘଟଣାସ୍ଥଳରେ ଭଦ୍ରକ ଟାଉନ ଥାନା ପୋଲିସ ବ୍ୟକ୍ତିଙ୍କୁ ଉଦ୍ଧାର କରି ଥାନାକୁ ନେଇଛନ୍ତି । ତେବେ ବ୍ୟକ୍ତିଟି ମାନସିକ ବିକାରଗ୍ରସ୍ତ ବୋଲି ପୋଲିସ କହିଛି ।

ଏଥିସହିତ ପଢ଼ନ୍ତୁ: ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ: ଟିକା ନେଲେ ପୋଲିସ ଡିଜି ଅଭୟ

Leave a Reply