ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ: ଟିକା ନେଲେ ପୋଲିସ ଡିଜି ଅଭୟ

ଭୁବନେଶ୍ୱର: ରାଜଧାନୀରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ । ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୧୬ହଜାର ସମ୍ମୁଖ ଯୋଦ୍ଧା ଟିକା ନେବାକୁ ପଞ୍ଜିକୃତ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଗୃହ ଓ ନଗର ଉନ୍ନୟନ ଏବଂ ରାଜସ୍ୱ ବିଭାଗ କର୍ମଚାରୀ ଟିକା ନେବେ।

ଏହି ପରିପ୍ରେକ୍ଷୀରେ ଶନିବାର ପୋଲିସ ଡିଜି ଅଭୟ କଟକ ଇଣ୍ଡୋର ଷ୍ଟାଡିୟମରେ କରୋନା ଟିକା ନେଇଛନ୍ତି । ଏବଂ ଏହା ସୁରକ୍ଷିତ ବୋଲି ସେ କହିଛନ୍ତି । ତାଙ୍କ ସହିତ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ମଧ୍ୟ ଟିକା ନେଇଛନ୍ତି ।  ଭୁବନେଶ୍ୱରରେ ପ୍ରଥମ ଦିନରେ ଆଜି ୬ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି। ୟୁନିଟ୮, କଟକ ରୋଡ଼ ସ୍ଥିତ ଯାତ୍ରୀ ନିବାସ ଓ ଚନ୍ଦ୍ରଶେଖରପୁର କଲ୍ୟାଣମଣ୍ଡପ ସହିତ କମିଶନରେଟ ପୋଲିସ ମୁଖ୍ୟାଳୟ, ୭ମ ବାଟାଲିଅନ ଓ ରିଜର୍ଭ ପୋଲିସରେ ଟିକାକରଣ ହେବ। ପ୍ରତି କେନ୍ଦ୍ରରେ ୧୦୦ଜଣ ଲେଖାଏଁ ସମ୍ମୁଖ ଯୋଦ୍ଧା ଟିକା ଗ୍ରହଣ କରିବେ । ଏଥିପାଇଁ ପୂର୍ବାହ ୯ଟା ଠାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି। ଭୁବନେଶ୍ୱରରେ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ କୋଭାକ୍ସିନ୍ ଟିକା ଦିଆଯିବ।

ଏଥିସହିତ ପଢ଼ନ୍ତୁ: ଗଞ୍ଜାମରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ: ଟିକା ନେଲେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ

Leave a Reply