ଭାରତକୁ ଆଉ ଏକ ପଦକ, କୁସ୍ତିରେ ରବି ଜିତିଲେ ରୌପ୍ୟ

1 min read
Wrestler Ravi Kumar Dahiya Clinching Silver Medal in Men's Freestyle 57kg Tokyo2020

ଟୋକିଓ: ଟୋକିଓ ଅଲମ୍ପିକରେ ଭାରତକୁ ଆଉ ଏକ ପଦକ ମିଳିଛି । ୫୭ କେଜି ବର୍ଗରେ କୁସ୍ତି ଯୋଦ୍ଧା ରବି କୁମାର ଦହିୟା ରୌପ୍ୟ ପଦକ ପାଇଛନ୍ତି । ଋଷର କୁସ୍ତି ଯୋଦ୍ଧା ଜବୁର ୟୁଗେବଙ୍କ ସହ ରବି ଫାଇନାଲରେ ମୁହାଁମୁହିଁ ହୋଇଥିଲେ । ସଂଘର୍ଷପୂର୍ଣ୍ଣ ଫାଇନାଲ ଲଢ଼େଇରେ ହାରି ରବିଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।

ଦ୍ୱିତୀୟ ଭାରତୀୟ କୁସ୍ତି ଯୋଦ୍ଧା ଭାବେ ରବି ଫାଇନାଲରେ ପହଞ୍ଚିଥିଲେ । ଏହା ପୂର୍ବରୁ ୨୦୧୨ରେ ସୁଶୀଲ କୁମାର ଫାଇନାଲକୁ ଯାଇଥିଲେ । ରବି ଦହିୟାଙ୍କୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ୪ କୋଟି ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କୁସ୍ତିଯୋଦ୍ଧା ରବିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରବି ଅନ୍ୟ ଖେଳାଳିଙ୍କ ଲାଗି ପ୍ରେରଣା ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଟୋକିଓ ଅଲମ୍ପିକରେ ଭାରତର ପଦକ ସଂଖ୍ୟା ୫କୁ ବୃଦ୍ଧି ପାଇଛି ।

Leave a Reply