ବହୁ ଚେଷ୍ଟା ପରେ ବି କେନ୍ଦୁଝର ବଡଦାଣ୍ଡରେ ଗଡି ପାରିଲାନି ବିଶ୍ଵର ସର୍ବବୃହତ ରଥ

କେନ୍ଦୁଝର: ବହୁ ଚେଷ୍ଟା ପରେ ବି କେନ୍ଦୁଝର ବଡଦାଣ୍ଡରେ ଗଡି ପାରିଲା ନାହିଁ ବିଶ୍ଵର ସର୍ବବୃହତ ରଥ ନନ୍ଦିଘୋଷ । କେନ୍ଦୁଝର ସହରର ପୁରୁଣା ବଜାର ଠାରେ ଜଗତର ନାଥ ଜଗନ୍ନାଥଙ୍କ ରଥଯାତ୍ରା ପାଳନ ପାଇଁ ସମସ୍ତ ନିତି କାନ୍ତି ହୋଇଥିଲା । ଯେହେତୁ ବହୁ ବର୍ଷ ପରେ ଗୋଟିଏ ଦିନରେ ନେତ୍ର ଉତ୍ସବ , ନବଯୌବନ ଦର୍ଶନ ଓ ରଥଯାତ୍ରା ପଡ଼ୁଛି ତାକୁ ନେଇ ସକାଳୁ ସକାଳୁ ସମସ୍ତ ରିତି ନିତି ଆରମ୍ଭ ହୋଇଥିଲେ ସୁଦ୍ଧା ଶ୍ରୀଜିଉ ମାନେ ରଥାରୁଢ ହେଉ ହେଉ ସଂଧ୍ୟା ହୋଇ ଯାଇଥିଲା ।

ତା ପରେ ମଧ୍ୟ ରଥ ଟାଣିବାକୁ ନିସ୍ପତି ନେଇଥିଲା ପ୍ରଶାସନ । ହେଲେ ପ୍ରଭୁଙ୍କ ଇଚ୍ଛା ଆଗରେ କିଏ । ବହୁ ଚେଷ୍ଟା ପରେ ମଧ୍ୟ ରଥ ହାତେ ବି ଗଡିଲା ନାହିଁ । ଏଣୁ ଆଜି ଅର୍ଥାତ (ସୋମବାର) ହେବ ରଥଟଣା ।

କେନ୍ଦୁଝର ମନ୍ଦିରର ନାଁ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ହୋଇଥିବା ବେଳେ ରଥର ନାଁ ହେଉଛି ନନ୍ଦିଘୋଷ ରଥ । ଶ୍ରୀ ଶ୍ରୀ ବଳଦେବକାଉଙ୍କ ମନ୍ଦିର ଠାରୁ ପ୍ରଭୁ ବଳଭଦ୍ର , ଶୁଭଦ୍ରା ଓ ଜଗନ୍ନାଥ ଧାଡ଼ି ପହଣ୍ଡିରେ ଆସି ରଥ ଚାରି ପଟ ପରିକ୍ରମା କରିବା ପରେ ୫ଟା ୩୦ମି ସମୟରେ ରଥାରୁଢ ହୋଇଥିଲେ । କେନ୍ଦୁଝରର ରାଜା ଧନୁର୍ଜ୍ଜୟ ନାରାୟଣ ଭଞ୍ଜଦେଓ ଛେରା ପହଁରା କରିବା ପରେ ଶେଷରେ ଅପରାହ୍ନ ୬.୩୫ ମିନିଟ ସମୟରେ ରଥଟଣା ଆରମ୍ଭ ହୋଇଥିଲା ।

ଆଜି ଅପରାହ୍ନରେ ଝିପି ଝିପି ବର୍ଷା ସହ ପାଗ ଅନୁକୁଳ ଥିବାରୁ ଭକ୍ତ ଙ୍କର ପ୍ରବକ ଭିଡ଼ ପରିଲକ୍ଷିତ ହୋଇଥିଲା । ପ୍ରାୟ ୫୦ ହଜାରରୁ ଅଧିକ ଭକ୍ତଙ୍କ ସମାବେଶ ହୋଇଥିଲା  । ଭକ୍ତ ମାନେ ରଥକୁ ଆଜି ଭକ୍ତିପ୍ରତି ଭାବରେ ଟାଣିବାକୁ ଚେଷ୍ଟା କରିଥିଲେ । ରଥଯାତ୍ରା କୁ ଶାନ୍ତି ଶୃଙ୍ଖଳାରେ ପାଳନ କରିବା ସହ ସୁରକ୍ଷା ଦୃଷ୍ଟିରୁ ପ୍ରବଳ ପୋଲିସ ମୁତୟନ କରାଯାଇଥିଲା ।