ଦୁନିଆର ସବୁଠାରୁ ବଡ ପରିବାର, ୩୯ ଜଣ ସ୍ତ୍ରୀ, ୯୪ ଜଣ ପିଲା ଏବଂ ୩୩ ଜଣ ନାତିନାତୁଣି

1 min read

ମିଜୋରାମ: ଦୁନିଆର ସବୁଠାରୁ ବଡ ପରିବାର ବିଷୟରେ ଆପଣ ଜାଣନ୍ତି କି ? କେବଳ ବାପା ମା ଛୁଆଙ୍କୁ ନେଇ ଏହି ପରିବାର। ଏହି ପରିବାରରେ ସଦସ୍ୟଙ୍କ ସଂଖ୍ୟା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ପରିବାର ମୁଖିଆଙ୍କର ୩୯ଜଣ ପତ୍ନୀ ୯୪ ଜଣ ପିଲା ଏବଂ ୩୩ ନାତିନାତୁଣି ରହିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟ କଲା ଭଳି କଥା ହେଉଛି ଯେ, ଏହି ପରିବାରରେ ସମସ୍ତେ ଗୋଟିଏ ଛାତ ତଳେ ରହନ୍ତି। ଏବଂ ଏକାଠି ରହିବା ସହ ଏକାସାଙ୍ଗରେ ଖାଆନ୍ତି । ମିଜୋରାମର ବାଟୱାଙ୍ଗ ଗାଁରେ ଏହି ପରିବାର ବସବାସ କରନ୍ତି ।

ଏହି ପରିବାରକୁ ଜିୟୋନ-ଆ ବୋଲି କୁହାଯାଏ । ଜିୟୋନ-ଆ ପରିବାର ଦୁନିଆର ସବୁଠୁ ବଡ ପରିବାର ବୋଲି କୁହାଯାଏ । ଜିୟୋନ-ଆ ୪ ମହଲା ବିଶିଷ୍ଟ ଏକ ଘର ଯେଉଁଥିରେ ୧୦୦ଟି ବଖରା ରହିଛି । ଏହି ଘରର ପୁଅମାନେ ଚାଷ କରିବା ସହ ପଶୁପାଳନ କରିଥାନ୍ତି । ସେହିପରି ଘରର ମହିଳାମାନେ ଖାଇବା ପ୍ରସ୍ତୁତ କରିବା ସହ ଘର ସମ୍ଭାଳି ଥାନ୍ତି  ।

ପରିବାରର ମୁଖିଆ ଜିୟୋଘାକା ୧୭ ବର୍ଷ ବୟସରେ ବିବାହ କରିଥିଲେ । ତାଙ୍କର ଏକ ବଡ ପରିବାର ହେଉ ବୋଲି ସେ ଇଚ୍ଛା କରିଥିଲେ । ସୂଚନା ଅନୁଯାୟା, ସେ ଗୋଟିଏ ପରେ ଗୋଟିଏ ବିହାହ କରି ଏମିତି ୩୯ ଜଣଙ୍କୁ ବିବାହ କରିଥିଲେ । ଏହାସହ ୯୪ ସନ୍ତାନର ବାପା ମଧ୍ୟ ହୋଇଥିଲେ । ସେ ୯୪ ଜଣଙ୍କର ବାପା ହୋଇ ନିଜକୁ ବହୁତ ଭାଗ୍ୟଶାଳୀ ଭାବୁଥିଲେ । କାହିଁକି ନା ତାଙ୍କ ପାଖରେ ନିଜର ବହୁତ ବଡ ପରିବାର ରହିଥିଲା ତାଙ୍କର ଦେଖାଶୁଣା କରିବା ପାଇଁ ।

ଜିୟୋଘାକାଙ୍କ ଦେହ ଖରାପ ଯୋଗୁଁ ୭୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର ମୃତ୍ୟୁରେ ମିଜୋରାମର ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଥିଲେ ।