ଭାରତର ବିଶ୍ୱକପ ଆଶା ଧୂଳିସାତ, ୫ ରନରେ ମ୍ୟାଚ ଜିତିଲା ଅଷ୍ଟ୍ରେଲିଆ

1 min read

ନନ୍ଦିଘୋଷ ବ୍ୟୁରୋ: ମହିଳା ଟି-୨୦ ବିଶ୍ବକପ ସେମିଫାଇନାଲରେ ଭାରତର ବିଶ୍ୱକପ ଆଶା ଧୂଳିସାତ । ୫ ରନରେ ମ୍ୟାଚକୁ ନିଜ ପଟକୁ ନେଇଛି କଙ୍ଗାରୁ ଟିମ୍  । ସତ ଚେଷ୍ଟା ସ୍ୱତେ ବିଜୟ ଦ୍ୱାର ଦେଶରୁ ଫେରିଛି ଭାରତ  । ଭାରତ ଆଗରେ ୧୭୩ ରନର ଟାର୍ଗେଟ ରଖିଛି ଅଷ୍ଟ୍ରେଲିଆ । କେପ ଟାଉନରେ ଖେଳାଯାଉଥିବା ପ୍ରଥମ ସେମିଫାଇନାଲରେ ଟସ ଜିତି ବ୍ୟାଟିଂ କରିଥିଲା କଙ୍ଗାରୁ ଦଳ । ନିର୍ଦ୍ଧାରିତ ୨୦ ଓଭରରେ ଦଳ ୪ ଓ୍ବିକେଟ ହରାଇ କରିଥିଲା ୧୭୨ ରନ୍ । ଦଳ ପକ୍ଷରୁ ବେଥ ମୁନି ସର୍ବାଧିକ ୫୪ ରନ କରିଥିଲେ ।

ଅଧିନାୟକ ମେକ ଲାନିଂ ବିସ୍ଫୋରକ ଇଂନିସ ଖେଳି ୩୪ ବଲରେ ୪୯ ରନ କରିଥିଲେ । ଭାରତ ପକ୍ଷରୁ ଶିଖା ପାଣ୍ଡେ ସର୍ବାଧିକ ୨ଟି ଓ୍ବିକେଟ ନେଇଥିବା ବେଳେ ଦିପ୍ତି ଶର୍ମା ଓ ରାଧା ଯାଦବ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । ଜବାବରେ ୧୭୩ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ ଆସିଥିବା ଟିମ୍ ଇଣ୍ଡିଆ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ । ବ୍ୟାଟିଂ ଆରମ୍ଭ କରିଥିବାବେଳେ ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁଁ ପରାଜୟ ସ୍ୱୀକାର କରିଛି ଭାରତୀୟ ମହିଳା କ୍ରିକେଟ ଟିମ୍  ।