ଚଳିତ ବର୍ଷ NDA ପରୀକ୍ଷା ଦେବେ ମହିଳା, ନଭେମ୍ବର ୧୪ରେ ପରୀକ୍ଷା ନେଇ ବିଜ୍ଞପ୍ତି ପାଇଁ UPSCକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଚଳିତ ବର୍ଷ ନ୍ୟାସନାଲ ଡିଫେନ୍ସ ଏକାଡେମୀ ବା ଏନଡିଏ ପରୀକ୍ଷାରେ ମହିଳାଙ୍କୁ ଅନୁମତି ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ । ଏନଡିଏରେ ମହିଳାଙ୍କୁ ପରୀକ୍ଷା ସୁଯୋଗ ଦେବା ପ୍ରକ୍ରିୟା ଚଳିତବର୍ଷ ସ୍ଥଗିତ ରଖିବା ଲାଗି କେନ୍ଦ୍ର କରିଥିବା ଆବେଦନକୁ ଖାରଜ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଆସନ୍ତା ବର୍ଷ ମେ ମାସରେ ଏନଡିଏ ପରୀକ୍ଷାରେ ମହିଳାଙ୍କୁ ସୁଯୋଗ ଦିଆଯିବ ବୋଲି କେନ୍ଦ୍ର କରିଥିବା ଆବେଦନକୁ କୋର୍ଟ ଗ୍ରହଣ କରିନାହାନ୍ତି ।

ଆସନ୍ତା ନଭେମ୍ବର ୧୪ରେ ଏହି ପରୀକ୍ଷା କରିବା ଲାଗି ବିଜ୍ଞପ୍ତି ଜାରି କରିବା ଲାଗି କେନ୍ଦ୍ର ଲୋକସେବା ଆୟୋଗକୁ ନିର୍ଦ୍ଦେଶ ଦେଇଛି କୋର୍ଟ । ମହିଳାମାନେ ଯଦି ୨୦୨୨ ମେ ମାସରେ ପରୀକ୍ଷା ଦେବେ ତେବେ ସେମାନଙ୍କୁ ଗ୍ରହଣ କରିବା ପ୍ରକ୍ରିୟା ଜୁନ ୨୦୨୩ରେ ଆରମ୍ଭ ହେବ । ଏହାକୁ ବର୍ଷେ ଯାଏଁ ସ୍ଥଗିତ କରାଯାଇପାରିବ ନାହିଁ । ମହିଳାମାନଙ୍କୁ ଆମେ ଆଶା ଦେଉଛୁ । ସେମାନଙ୍କ ଆଶାକୁ ଆମେ ଅଗ୍ରାହ୍ୟ କରିପାରିବୁ ନାହିଁ କୋର୍ଟ କହିଛନ୍ତି । ଲିଙ୍ଗଗତ ସମାନତାକୁ ସ୍ଥଗିତ ରଖାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।

ଏନଡିଏ ଓ ନାଭାଲ ଏକାଡେମୀରେ ମହିଳାଙ୍କୁ ଅନୁମତି ଦେବା ଲାଗି କିଛି ଦିନ ପୂର୍ବରୁ ସହମତି ପ୍ରକାଶ କରିଥିଲେ ସେନା, ନୌସେନା, ବାୟୁ ସେନା ମୁଖ୍ୟ । ଦେଶରେ ସଶସ୍ତ୍ର ବାହିନୀ ଏକ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି । ଲିଙ୍ଗଗତ ସମାନତାକୁ ଗୁରୁତ୍ବ ଦିଆଯିବା ଆବଶ୍ୟକ ବୋଲି ମତ ଦେଇଥିଲେ ସର୍ବୋଚ୍ଚ ଅଦାଲତ ।

Leave a Reply