ୟୁକୋ ବ୍ୟାଙ୍କ୍ ସିନିୟର ମ୍ୟାନେଜରଙ୍କ ଆତ୍ମହତ୍ୟା, ଭଡ଼ା ଘରୁ ମିଳିଲା ଝୁଲନ୍ତା ମୃତଦେହ
1 min read
ଭୁବନେଶ୍ୱର: ରାଜଧାନୀରେ ପୁଣି ଚାଞ୍ଚଲ୍ୟ । ଭଡ଼ାଘରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀ ଏମଆଇଜି -୫୧ ଭଡ଼ା ଘରୁ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ମହିଳା ଜଣକ ହେଉଛନ୍ତି ୟୁକୋ ବ୍ୟାଙ୍କର ସିନିୟର ମ୍ୟାନେଜର ଆର. ରଞ୍ଜିତା ରାଓ । ଫ୍ୟାନରେ ରଶି ଲଗାଇ ଝୁଲିପଡିଥିବା ଜଣାପଡିଛି ।
ତାଙ୍କ ଘର ନବରଙ୍ଗପୁର ଜିଲ୍ଲାରେ ହୋଇଥିବା ବେଳେ ସେ ଏଠାରେ ତାଙ୍କ ବାପାମା’ଙ୍କ ସହିତ ଭଡ଼ା ଘରେ ରହୁଥିଲେ । ରଞ୍ଜିତା ୨ ବର୍ଷ ହେବ ୟୁକୋ ବ୍ୟାଙ୍କ୍ର ଅଶୋକ ନଗର ଶାଖାରେ କାମ କରୁଥିଲେ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମାନସିକ ଚାପ ଯୋଗୁଁ ଏଭଳି କରିଥିବା ଅନୁମାନ କରାଯାଉଛି । ସେପଟେ ଖଣ୍ଡଗିରି ଥାନା ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।