ଏମକେସିଜି ମେଡିକାଲ କଲେଜ ହଷ୍ଟେଲରୁ ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜର ଏସଆର ହଷ୍ଟେଲରୁ ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର। ମୃତ ଛାତ୍ରୀ ହେଲା ଶୁଭାନୀ ପଟ୍ଟନାୟକ । ମୃତ ମହିଳା ଡାକ୍ତର ଜଣକ ଚର୍ମ ବିଭାଗର ପିଜି ପ୍ରଥମ ବର୍ଷ ଛାତ୍ରୀ ଥିଲେ । ତାଙ୍କ ଘର ପୁରୁଷୋତ୍ତମପୁର ବୋଲି ଜଣାପଡ଼ିଛି । ପ୍ରାଥମିକ ତଦନ୍ତ ପରେ ବୈଦନାଥପୁର ଥାନା ପୋଲିସ କହିଛି, ମାତ୍ରାଧିକ ଔଷଧ ସେବନ ଯୋଗୁ ଗୁରୁତର ହୋଇପଡ଼ିଥିଲେ ଶୁଭାନୀ ।

ହଷ୍ଟେଲ ରୁମରୁ ଉଦ୍ଧାର କରି ଡାକ୍ତରଖାନା ନେବାପରେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । କେଉଁ ପରିସ୍ଥିତିରେ ସେ ମାତ୍ରାଧିକ ଔଷଧ ସେବନ କଲେ ସେନେଇ ତଦନ୍ତ ଜାରି ରହିଛି । ଶୁଭାନୀଙ୍କ ସାଙ୍ଗସାଥୀ ଓ ପରିବାର ଲୋକଙ୍କୁ ପଚରାଉଚରା କରୁଛି ପୋଲିସ ।