ଡେଲିଭରି ବେଳେ ଡାକ୍ତର କାଟିଦେଲେ ମହିଳାଙ୍କ ଖାଦ୍ୟନଳୀ, ତା’ ପରେ କ’ଣ ହେଲା ପଢ଼ନ୍ତୁ

1 min read

କେନ୍ଦ୍ରାପଡ଼ା: ଭୁଲ ଚିକିତ୍ସା ପାଇଁ ଚାଲିଗଲା ମହିଳାଙ୍କ ଜୀବନ । ଚିକିତ୍ସା କରୁ କରୁ କାଟି ଦେଲେ ମହିଳାଙ୍କ ଖାଦ୍ୟନଳୀ । ଯେଉଁଥି ପାଇଁ ଛୁଆ ଜନ୍ମ ହେବାର କିଛିଦିନ ପରେ ମା ପ୍ରାଣ ହରାଇଲେ ।

ଏଭଳି ଭୟାନକ ଆଉ ତ୍ରୁଟିପୂର୍ଣ୍ଣ ଅପରେସନ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୋଇଥିବା ଅଭିଯୋଗ ହୋଇଛି । ଗତ ଅକ୍ଟୋବର ୨୨ ତାରିଖରେ ଟାଉନ ଥାନା ଅନ୍ତର୍ଗତ ଚାଟରାପାଟଣା ଗାଁର ରଞ୍ଜନ ସାହୁଙ୍କ ପତ୍ନୀ ମଧୁସ୍ମିତା ସାହୁ ଡେଲିଭରି ପାଇଁ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଡାକ୍ତର ଅସ୍ତ୍ରୋପଚାର କରାଇ ପିଲାଟିକୁ ଜନ୍ମ କରାଇଥିଲେ । ଆଉ ସେଇ ଅସ୍ତ୍ରୋପଚାର ବେଳେ ସବୁ କିଛି ଓଲଟପାଲଟ ହୋଇଯାଇଥିଲା । କିଛି ଦିନ ପରେ ମହିଳା ଜଣକ ବାନ୍ତି କରିବାକୁ ଲାଗିଲେ । ଏ ନେଇ ପରିବାରବର୍ଗ ଏଡିଏମଓ, ସିଡିଏମଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଦେହ ଅଧିକ ଅସୁସ୍ଥ ହେବାରୁ ୧୧ଦିନ ପରେ ମଧୁସ୍ମିତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନ୍ତରିତ କରାଯାଇଥିଲା । ସେଠାରେ ଡାକ୍ତରମାନେ ମଧୁସ୍ମିତାଙ୍କ ଖାଦ୍ୟନଳୀ କଟାଯାଇଥିବା କହିଥିଲେ । ଏହାପରେ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସା କରିବା ପରେ ଗତ ଦୁଇଦିନ ତଳେ ମଧୁସ୍ମିତାଙ୍କର ମୃତ୍ୟୁ ହୋଇଛି । ଏନେଇ ପରିବାର ପକ୍ଷରୁ ଟାଉନ ଥାନାରେ ଡାକ୍ତରଙ୍କ ବିରୁଦ୍ଧରେ ଏତଲା ଦିଆଯିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ')}

Leave a Reply