କେନ୍ଦୁଝରରେ ମଦ ପିଇ ମାଆକୁ ମାରିଦେଲା ପୁଅ

କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି । ମା’କୁ ଇଟାରେ ଛେଚି ହତ୍ୟା କଲା ପୁଅ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଗାଢ଼ାହଟିଂ ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତ ମହିଳା ହେଲେ ସୋମବାରୀ ମୁଣ୍ଡା । ଅଭିଯୁକ୍ତ ପୁଅ କିଶୋର ମୁଣ୍ଡା ମଦ୍ୟପାନ କରି ମା’କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । କିଶୋରକୁ ଅଟକ ରଖି ବଡ଼ବିଲ ଥାନା ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ୨୦୧୨ରେ ଅଭିଯୁକ୍ତ କିଶୋର ମୁଣ୍ଡା ତା ବାପାକୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।