ଆଜି ପୁଣି ସରଗରମ ହେବ ବିଧାନସଭା, ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଘେରିପାରନ୍ତି ବିରୋଧୀ

1 min read

ଭୁବନେଶ୍ବର: ଗୋଟିଏ ଦିନ ବିରତି ପରେ ଆଜି ପୁଣି ସରଗରମ ହେବ ବିଧାନସଭା। ଆଜି ଗୃହ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ଅର୍ଥ, ଇଲେକ୍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସଂସଦୀୟ ବ୍ୟାପାର ବିଭାଗର ପ୍ରଶ୍ନକାଳ ରହିଛି। ଶୂନ୍ୟକାଳରେ ରାଜ୍ୟରେ ପୂର୍ବତଟ ରେଳପଥକୁ ସଙ୍କୁଚିତ କରିବା, କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ନେଇ ଗୃହରେ ଘମାଘୋଟ ଆଲୋଚନା ହୋଇପାରେ। ସେହିପରି ଶାସକ ଦଳ ମଧ୍ୟ ବହୁ ପ୍ରସଂଗ ଉଠାଇପାରେ  ।

ବିରୋଧୀଙ୍କ ପକ୍ଷରୁ ମୁଲତବି ପ୍ରସ୍ତାବ ଦିଆଯିବ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶା ସ୍ଥାନୀୟ ନିଧି ସମୀକ୍ଷା ଅଧିନିୟମ ୧୯୪୮ର ଧାରା ୮ (୨ ) ଅନୁସାରେ ସ୍ଥାନୀୟ ପାଣ୍ଠି ସମୀକ୍ଷା ନିର୍ଦେଶାଳୟର ୨୦୨୩-୨୪ ମସିହାର ବାର୍ଷିକ ରିପୋର୍ଟ ଉପସ୍ଥାପନ କରିବେ । ଏହା ସହିତ କମ୍ପାନୀ ଅଧିନିୟମ ୨୦୧୩ ର ଧାରା ୩୯୪ (୨) ଅନୁଯାୟୀ ଦ୍ରବ୍ୟ ଓ ସେବା କର ନେଟୱର୍କଙ୍କ ୨୦୨୩-୨୪ ମସିହାର ବାର୍ଷିକ ରିପୋର୍ଟ ଗୃହରେ ଉପସ୍ଥାପନ କରିବେ।

ନଜର ପକାନ୍ତୁ