ବୁର୍ଜ ଖଲିପା ଶିଖରରେ ଫଟୋ ଉଠାଇଲେ ଏହି ଅଭିନେତା

ଦୁବାଇ : ହଲିଉଡ୍ ଆକ୍ଟର ୱିଲ୍ ସ୍ମିଥ୍ ଦୁନିଆର ସର୍ବୋଚ୍ଚ ଅଟ୍ଟାଳିକା ବୁର୍ଜ ଖଲିପା ଶିଖରରେ ଛିଡ଼ାହୋଇଥିବାର ଫଟୋ ଏବେ ଚର୍ଚ୍ଚାରେ । ସ୍ମିଥ୍ ଏକ ୟୁଟୁବ୍ ସିରିଜ ପାଇଁ ଏହି ଶିଖରରେ ଚଢ଼ିଥିବା କୁହାଯାଉଛି । ସୋସିଆଲ ମିଡିଆରେ ୱିଲ୍ ସ୍ମିଥଙ୍କର ଏହି ଫଟୋ ଦେଖି ତାଙ୍କ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ଡେଲି ମେଲ ରିପୋର୍ଟ ଅନୁସାରେ ୧୬୦ ମହଲା ବିଶିଷ୍ଟ ଏହି ଅଟ୍ଟାଳିକାର ଉଚ୍ଚତା ୨ ହଜାର ୭ ଶହ ୨୨ ଫୁଟ । ୫୩ ବର୍ଷୀୟ ହଲିଉଡ ଅଭିନେତା ୱିଲ୍ ସ୍ମିଥ୍ ବୁର୍ଜ ଖଲିପାର ଶିଖରରେ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି । ସ୍ମିଥ୍ ଏକ ୟୁଟ୍ୟୁବ୍ ସୋ ‘ବେଷ୍ଚ ସେପ୍ ଅଫ୍ ମାଇ ଲାଇଫ୍’ର ଏକ ଏପିସୋଡ ସୁଟିଂ ପାଇଁ ଦୁନିଆର ସର୍ବୋଚ୍ଚ ଅଟ୍ଟାଳିକା ଉପରେ ଚଢ଼ିଥିଲେ ବୋଲି କୁହାଯାଉଛି । ଏହି ସୁଟିଂ ପାଇଁ ସ୍ମିଥ୍ ଲସଏନଜେଲ୍ସରୁ ଦୁବାଇ ଅଭିମୁଖେ ଆସିଥିଲେ ।