ଆଦିତ୍ୟଙ୍କ ସୁଇସାଇଡ୍ ନୋଟରେ ୨ ପୃଷ୍ଠା ଲେଖିଥିଲେ ବିଦ୍ୟାଶ୍ରୀ

ଭୁବନେଶ୍ୱର: ଆଦିତ୍ୟ ଦାଶ ଡାଏରୀ ଓ ଡେଥ୍ ମିଷ୍ଟ୍ରି । ହଟୁନି ପରଦା, ବଢୁଛି ରହସ୍ୟ । ୧୩ ଦିନ ପରେ ବି ଖୋଲୁନି ରହସ୍ୟ । ତଦନ୍ତ ନେଇ ଧନ୍ଦି ହେଲାଣି ରେଳବାଇ ପୋଲିସ । ଦିନକୁ ଦିନ ପଦାକୁ ଆସୁଛି ନୂଆ ଦିଗ । ଡାଏରୀରେ ୪ ପୃଷ୍ଠା ନୁହେଁ, ୬ ପୃଷ୍ଠା ଲେଖା ହୋଇଛି । ଆଉ ଦୁଇ ପୃଷ୍ଠା ବିଦ୍ୟାଶ୍ରୀ ଲେଖିଥିବା ଜିଆର୍‌ପି ଜେରା ବେଳେ ମାନିଛନ୍ତି । ସେପଟେ ଉଭୟ ପତିପତ୍ନୀଙ୍କ ଶେଷ କଲ କାହା ପାଖକୁ ଯାଇଥିଲା, ତା’ର ଯାଞ୍ଚ ଚାଲିଛି  । ଘଟଣାକୁ ଏହା କରିଛି ଆହୁରି ରହସ୍ୟମୟ ।

ଖୋଲୁଛି ଡାଏରୀ ଗୁମର । ଡାଏରୀରେ ୪ ପୃଷ୍ଠା ନୁହେଁ, ୬ ପୃଷ୍ଠା ଲେଖା ହୋଇଛି । ଆଉ ଦୁଇ ପୃଷ୍ଠା ବିଦ୍ୟାଶ୍ରୀ ଲେଥିଛନ୍ତି । ଜିଆର୍‌ପିର ଜେରା ବେଳେ ବିଦ୍ୟାଶ୍ରୀ ଦୁଇ ପୃଷ୍ଠା ଲେଖିଥିବା ମାନିଛନ୍ତି । ସେ ଦୁଇ ପୃଷ୍ଠାର କଣ ଲେଖିଛନ୍ତି ବିଦ୍ୟାଶ୍ରୀ ? କାହିଁକି ଲେଖିଲେ ? ଘଟଣାକୁ ଭିନ୍ନରୂପ ଦେବାକୁ ଲେଖିଥିଲେ କି ? ଦୁଇପୃଷ୍ଠାର ହ୍ୟାଣ୍ଡ ରାଇଟିଂ ଯାଞ୍ଚ କରିବ କି ଜିଆର୍‌ପି ? ଜୁଲାଇ ୬ ତାରିଖ ଦିନ ବିଦ୍ୟାଶ୍ରୀ ଓ ଆଦିତ୍ୟ ୨ଟି ନମ୍ବରକୁ ଶେଷ କଲ୍ କରିଥିବା ସିଡିଆର୍‌ ରିପୋର୍ଟରୁ ଜଣାପଡିଛି ।

ସ୍ତ୍ରୀ ବିଦ୍ୟାଶ୍ରୀଙ୍କ ସହ ଆଦିତ୍ୟ

ଆଦିତ୍ୟ ସନ୍ଧ୍ୟା ୬ଟା୪୨ରେ ଅଜଣା ନମ୍ବରକୁ କଲ୍‌ କରିଥିଲେ । ପ୍ରଥମେ ବିକାଶଙ୍କୁ କଲ କରିଥିଲେ ବୋଲି ଜିଆର୍‌ପି ସୂଚନା ଦେଇଥିଲା । କିନ୍ତୁ ବିକାଶଙ୍କୁ ନୁହେଁ, ଅନ୍ୟ ଜଣଙ୍କୁ କଲ କରିଥିଲେ ଆଦିତ୍ୟ । ଅଜଣା ନମ୍ବର ବ୍ୟକ୍ତିଙ୍କୁ ଶେଷଥର କଣ କହିଥିଲେ ଆଦିତ୍ୟ ? ସେହିଭଳି ବିଦ୍ୟଶ୍ରୀ ଘରୁ ବାହାରିବା ପରେ ସନ୍ଧ୍ୟା ୬ଟା ୪୮ରେ କାହାକୁ କରିଥିଲେ ଓ ସେ ନମ୍ବର କାହାର ? କଣ କଥା ହୋଇଥିଲେ ବିଦ୍ୟାଶ୍ରୀ ? ଆଦିତ୍ୟଙ୍କ ବାବଦରେ କିଛି ଜଣାଇଥିଲେ କି ? କଥା ହୋଇଥିବା ବ୍ୟକ୍ତି ଜଣଙ୍କ କିଛି ରହସ୍ୟ ଜାଣିଛନ୍ତି କି ? ଏହାର ତଦନ୍ତ ଦାବି କରିଛନ୍ତି ଆଦିତ୍ୟଙ୍କ ବାପା ।

ଅନ୍ୟପଟେ ଆଦିତ୍ୟଙ୍କ ମୃତ୍ୟୁ ନେଇ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି ଲାଗି ରହିଛି । ଆତ୍ମହତ୍ୟା ନୁହେଁ, ତାଙ୍କୁ ହତ୍ୟା କରାଯାଇଛି ବୋଲି ଦାବି ହୋଇଛି । ଆଦିତ୍ୟଙ୍କ ଶୁଭେଚ୍ଛୁ ଓ ରାଜ୍ୟର ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟ ଲଣ୍ଡା ହୋଇ ପ୍ରତିବାଦ କରିବା ସହ ସିବିଆଇ ତଦନ୍ତ ଦାବି କରିଛନ୍ତି । ଆଦିତ୍ୟଙ୍କ ବଲାଙ୍ଗିର ବନ୍ଧୁ ମୃତ୍ୟୁ ପଛରେ ଷଡଯନ୍ତ୍ର ଥିବା କଥା କହିଛନ୍ତି । ଆଦିତ୍ୟ କେବେ ଆତ୍ମହତ୍ୟା କରିପାରିବେନି ବୋଲି ସେ କହିଛନ୍ତି । ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ପପୁ, ବିକାଶ, ପ୍ରୀତମ ଓ ବିଦ୍ୟାଶ୍ରୀଙ୍କୁ ଖୁବଶୀଘ୍ର ମୁହାଁମୁହିଁ ଜେରା କରିବ ଜିଆର୍‌ପି ।

Leave a Reply