ସ୍ଵାମୀ ଦେଲା ନାହିଁ ୮ କୋଟି ଟଙ୍କା, ପ୍ରେମିକ ସହିତ ମିଶି ସ୍ଵାମୀକୁ ମାରି ଦେଲା ସ୍ତ୍ରୀ

ବେଙ୍ଗାଲୁରୁ : କର୍ଣ୍ଣାଟକର ରୋଡ଼ାଗୁ ଜିଲ୍ଲାର ଏକ କଫି ପ୍ଲାଣ୍ଟରୁ ୩ ସପ୍ତାହ ତଳୁ ମିଳିଥିବା ଏକ ଅଜଣା ଦରପୋଡ଼ା ମୃତଦେହ ମିଳିବା ଘଟଣାକୁ ପୋଲିସ ପର୍ଦ୍ଦାଫାସ୍ କରିଛି । ଏହା ଏକ ହତ୍ୟା ଷଡ଼ଯନ୍ତ୍ର ବୋଲି ପୋଲିସ ଜାଣିବାକୁ ପାଇଛି । ମୃତକ ଜଣଙ୍କ ୫୪ ବର୍ଷୀୟ ରମେଶ ଓ ସେ ସପ୍ତାହେ ତଳୁ ନିଖୋଜ ଥିଲେ । ଏହି ହତ୍ୟା ଘଟଣାରେ ପଛରେ ତାଙ୍କ ପତ୍ନୀ ନିହାରିକା, ତାର ପ୍ରେମିକା ନିଖିଲ ଏବଂ ଅନ୍ୟ ଜଣେ ଅଭିଯୁକ୍ତ ଅଙ୍କୁର ସଂପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି । ଟଙ୍କା ପାଇଁ ବ୍ୟବସାୟୀ ରମେଶଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି । ହତ୍ୟା କରିବା ପରେ ମୃତଦେହକୁ ନଷ୍ଟ କରିବାକୁ ୮୦୦ କିଲୋମିଟର ଗାଡ଼ିରେ ନେଇ ସୀମାପାର କରିଥିଲେ । ହତ୍ୟାକାଣ୍ଡରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି ପୋଲିସ ।

ଗତ ଅକ୍ଟୋବର ୮ ତାରିଖରେ କୋଡାଗୁର ସୁଣ୍ଟିକୋପ୍ପା ନିକଟରେ ଥିବା ଏକ କଫି ପ୍ଲାଣ୍ଟରୁ ପୋଲିସ ଏକ ଏକ ଦରପୋଡ଼ା ମୃତଦେହ ଜବତ କରିଥିଲା । ମୃତଦେହକୁ ଚିହ୍ନିଟ କରିବାରେ ପୋଲିସ ବିଫଳ ହେବା ପରେ ଉକ୍ତ ଅଞ୍ଚଳ ଦେଇ ଯାଇଥିବା ଗାଡ଼ି ଯାଞ୍ଚ କରିବା ପାଇଁ ସିସିଟିଭି ଫୁଟେଜ ସ୍କାନ କରିବା ଆରମ୍ଭ କରିଥିଲା । ଏକ ଲାଲ୍ ମର୍ସିଡିଜ୍ ବେଞ୍ଜ୍ ପୋଲିସର ସଦେହଘେରକୁ ଆସିଥିଲା । ଏହି କାରଟି ରମେଶ ନାମରେ ପଞ୍ଜୀକୃତ ହୋଇଥିବା ଜଣାପଡ଼ିଥିଲା । ରମେଙ୍କ ପତ୍ନୀ କିଛିଦନ ତଳେ ଥାନାରେ ଏକ ନିଖୋଜ ଅଭିଯୋଗ କରିଥିଲେ। ଏହା ପରେ ପୋଲିସ ତେଲେଙ୍ଗାନା ପୋଲିସ ସହିତ ଯୋଗାଯୋଗ କରିଥିଲା ଯେଉଁଠାରେ କାର ପଞ୍ଜିକୃତ ହୋଇଥିଲା।

ଅନୁସନ୍ଧାନରୁ ରମେଶଙ୍କ ପତ୍ନୀ ୨୯ ବର୍ଷୀୟ ପି. ନିହାରିକାଙ୍କ ଉପରେ ପୋଲିସର ସନ୍ଦେହ ବଢ଼ିଥିଲା । ପୋଲିସ ନିହାରିକାଙ୍କୁ ଗିରଫ କରି ପଚରାଉଚରା କରିବାରୁ ରମେଶଙ୍କୁ ହତ୍ୟା କରିଥିବା ସେ ସ୍ଵିକାର କରିଥିଲା । ନିହାରିକା ହତ୍ୟାକାଣ୍ଡରେ ତାର ସହଯୋଗୀ ନିଖିଲ ଓ ଅଙ୍କୁର କୁ ସାମିଲ୍ କରିଥିଲା । ନିହାରିକା ତାର ପ୍ରଥମ ସ୍ଵାମୀଠାରୁ ଠାରୁ ଅଲଗା ହୋଇ ହରିୟାଣାରେ ରହୁଥିଲା । ସେହି ସମୟରେ ସେ ଏକ ଟଙ୍କା ଠକେଇ ଘଟଣାରେ ଜେଲ ଯାଇଥିଲା । ସେ ଜେଲରେ ଅଙ୍କୁରକୁ ଭେଟିଥିଲେ।

ଜେଲରୁ ବାହାରିବା ପରେ ନିହାରିକା ରମେଶକୁ ଦ୍ଵିତୀୟ ବିବାହ କରିଥିଲା । ବ୍ୟବସାୟୀ ରମେଶ ନିହାରିକାକୁ ଏକ ବିଳାସପୂର୍ଣ୍ଣ ଜୀବନ ଶୈଳି ଯୋଗାଇଦେଇଥିଲେ । ଏହିସମୟରେ ନିହାରିକା ରମେଶଙ୍କୁ ୮ କୋଟି ଟଙ୍କା ଡିମାଣ୍ଡ କରିଥିଲା । ରମେଶ ଟଙ୍କା ଦେବାକୁ ମନା କରିଦେବାକୁ ନିହାରିକା କ୍ରୋଧିତ ହୋଇ ନିଖିଲ ଓ ଅଙ୍କୁର ସହ ମିଶି ରମେଶକୁ ହତ୍ୟା କରିଥିଲା । ଗତ ଅକ୍ଟୋବର ୧ ତାରିଖରେ ହାଇଦ୍ରାବାଦର ଅପପାଲରେ ବ୍ୟବସାୟୀ ରମେଶଙ୍କୁ ହତ୍ୟା କରିବା ପରେ ବେଙ୍ଗାଲୁରୁକୁ ନେଇ ଯାଇଥିଲେ। ଗାଡ଼ିରୁ ତେଲ ସରିଯିବାରୁ ସେମାନେ ଉପପାଲଠାରୁ ୮୦୦ କିଲୋମିଟର ଦୂରରେ କୋଡାଗୁ ଯାଇ ସେଠାରେ ସେମାନେ ଏକ କଫି ପ୍ଲାଣ୍ଟକୁ ନେଇ ମୃତଦେହକୁ କମ୍ବଳରେ ଘୋଡ଼ା ନିଆଁରେ ପୋଡ଼ି ଦେଇଥିଲେ । ଏହା ପରେ ତିନିଜଣ ହାଇଦ୍ରାବାଦକୁ ଫେରିଥିଲେ ଏବଂ ନିହାରିକା ରମେଶଙ୍କ ପାଇଁ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲା