ଡ୍ରାଇଭରକୁ ପ୍ରେମ କରି ସ୍ୱାମୀ ହତ୍ୟା ପାଇଁ ସୁପାରୀ

ଭୁବନେଶ୍ୱର: ପତି, ପତ୍ନୀ ଓ ସେ । ଡ୍ରାଇଭର ପ୍ରେମରେ ରେଳୱେ ସିନିୟର ଇଲେକ୍ଟ୍ରିକାଲ ଇଞ୍ଜିନିୟରଙ୍କ ପତ୍ନୀ। ନିଜ ମଥା ସିନ୍ଦୁର ପୋଛିବା ପାଇଁ ରଚିଥିଲେ ସାଂଘାତିକ ଷଡଯନ୍ତ୍ର । ସ୍ୱାମୀଙ୍କୁ ସବୁଦିନ ପାଇଁ ରସ୍ତାରୁ ହଟାଇବା ପାଇଁ ୧ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ । ଏନେଇ ମଞ୍ଚେଶ୍ୱର ଥାନାରେ ସ୍ୱାମୀ ଏତଲା ଦେବା ପରେ ଡ୍ରାଇଭର ଗିରଫ ହୋଇଛି । ତେବେ ସ୍ତ୍ରୀ ଓ ସୁପାରୀ କିଲର ଫେରାର ହୋଇଯାଇଛନ୍ତି । ଅଭିଯୋଗକାରୀ ସ୍ୱାମୀ  ମଞ୍ଚେଶ୍ଵରରେ ଅଞ୍ଚଳରେ ଚାକିରୀ କରୁଥିବା ବେଳେ ଅଭିଯୁକ୍ତ ଅଶୋକ ସାହୁଙ୍କୁ ଡ୍ରାଇଭର ଭାବେ ରଖିଥିଲେ।

ଇଲେକ୍ଟ୍ରିକାଲ ଇଞ୍ଜିନିୟରଙ୍କ ପୁରୀକୁ ବଦଳି ହେବାର ସୁଯୋଗ ନେଇ ପତ୍ନୀଙ୍କୁ ଭଲ ପାଇବା ସହ ଅନୈତିକ ସମ୍ପର୍କ ରଖିଥିଲେ ଡ୍ରାଇଭର । ଅନୈତିକ ସମ୍ପର୍କ କଥା ଜଣାପଡିବା ପରେ ପାରିବାରିକ କଳହ ସୃଷ୍ଟି ହୋଇଥିଲା।ଏହାପରେ ସ୍ତ୍ରୀ ଓ ଡ୍ରାଇଭର ମିଶି  ସ୍ୱାମୀଙ୍କୁ ରାସ୍ତାରୁ ହଟାଇବା ଲାଗି ଯୋଜନା କରିଥିଲେ । ଉଭୟ ଦୁଇ ଜଣ ଅପରାଧୀଙ୍କୁ ପ୍ରାୟ ଏକ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ । ଗତ ୧୬ ତାରିଖରେ ଅଭିଯୋଗକାରୀ ସାନ୍ଧ୍ୟ ଭ୍ରମଣରେ ଯାଉଥିବା ବେଳେ ସ୍ପୋର୍ଟସ କ୍ୟମ୍ପ୍ଲେକ୍ସ ନିକଟରେ ଦୁଇ ଜଣ ସୁପାରୀ କିଲର ଏକ ଷ୍ଟିଲ ପାଇପ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ତାଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା, ତେବେ କୌଣସି ମତେ ଜୀବନ ବଞ୍ଚାଇଥିଲେ।

ସେପଟେ ଏଭଳି  ଘଟଣା ଘଟିବା ପରେ  ଅଭିଯୁକ୍ତମାନେ ଧରା ନପଡିବା ଲାଗି ଘର ବଦଳାଇଥିଲେ । ମଞ୍ଚେଶ୍ଵର ପୋଲିସ ମାମଲା ରୁଜୁ କରିବା ସହ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ଆପାର୍ଟେମେଣ୍ଟରେ ଚଢାଉ କରିଥିଲା । ପଚରା ଉଚରା ସମୟରେ ଡ୍ରାଇଭର ନିଜର ଦୋଷ ମାନିଛନ୍ତି । ଆପାର୍ଟମେଣ୍ଟରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରଙ୍କ ପତ୍ନୀ ଡ୍ରାଇଭର ଅଶୋକଙ୍କୁ ନିଜର ସ୍ୱାମୀ ପରିଚୟ ଦେଇଥିବା ଜେରା ବେଳେ ପୋଲିସ ଜାଣିବାକୁ ପାଇଛି । ଅନ୍ୟପଟେ ଏହି ହତ୍ୟା ଷଡ଼ଯନ୍ତ୍ର ପଛରେ ଥିବା ପତ୍ନୀ ଓ ସୁପାରୀ କିଲରଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ଜାଗାରେ ଚଢାଉ କରିଛି ।