ରାଜଧାନୀରେ ସ୍ୱାମୀଠାରୁ ସ୍ତ୍ରୀକୁ ଛଡ଼ାଇନେଲା ଇଞ୍ଜେକ୍ସନ, ଗଳାରେ ଅସୁସ୍ଥ କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ

ଭୁବନେଶ୍ୱର: ଭୁବନେଶ୍ୱର ଘରୋଇ ମେଡିକାଲରେ ଉତ୍ତେଜନା। ରୋଗୀ ମୃତ୍ୟୁକୁ ନେଇ ମୁହାଁମୁହିଁ ହେଲେ ହସପିଟାଲ କର୍ତ୍ତୃପକ୍ଷ ଓ ରୋଗୀଙ୍କ ସମ୍ପର୍କୀୟ। ପ୍ରଥମ ଇଞ୍ଜେକସନ ପରେ ସବୁ କିଛି ବଦଳି ଗଲା। ସ୍ୱାମୀ ଠାରୁ ସ୍ତ୍ରୀକୁ ଛନାଇ ନେଲା ଇଞ୍ଜେକ୍ସନ। ସୂଚନା ଅନୁସାରେ ୨୭ ବର୍ଷୀୟ ପ୍ରୀୟଙ୍କା ପଟ୍ଟନାୟକ ଗତ ୨୩ ତାରିଖରେ ବରମୁଣ୍ଡାର ଅଜିତ କୁମାର ରଣସିଂଙ୍କୁ ବିବାହ କରିଥିଲେ। ପ୍ରିୟଙ୍କାଙ୍କ ବେକରେ ସାମାନ୍ୟ ଯନ୍ତ୍ରଣା ଅନୁଭବ ପରେ ଆଜି ଭୋରରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଇଞ୍ଜେକ୍ସନ ଦେବା ପରେ ଅଧିକ ଯନ୍ତ୍ରଣା ହୋଇଥିଲା।

ସେତେବେଳେ ରୋଗୀକୁ ଚିକିତ୍ସା କରିବା ବଦଳରେ ଡାକ୍ତର ଓ ଅନ୍ୟ କର୍ମଚାରୀ ସ୍ଥାନ ଛାଡି ଚାଲି ଯାଇଥିବା ଅଭିଯୋଗ ହୋଇଛି। ପରେ ମୃତ ପ୍ରିୟଙ୍କାଙ୍କ ପରିବାର ବର୍ଗଙ୍କୁ ହସ୍ପିଟାଲର ସୁରକ୍ଷା କର୍ମୀ ଓ ବାଉଁଶର୍‌ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମୃତଦେହ ରଖି ଡାକ୍ତରଖାନାରେ ପ୍ରତିବାଦ କରିଛନ୍ତି ମୃତକଙ୍କ ପରିବାର ବର୍ଗ ଓ ସମ୍ପର୍କୀୟ। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକ। ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି। ସେପଟେ ହସ୍ପିଟାଲର କର୍ତ୍ତୃପକ୍ଷଙ୍କ ଯୁକ୍ତି ବାଉଁଶର ନୁହେଁ ସୁରକ୍ଷାକର୍ମୀଙ୍କ ସହ ହୋଇଛି ଧସ୍ତାଧସ୍ତି।

 

Leave a Reply