କାହିଁକି ମହିଳାମାନେ ସ୍ୱାମୀ ବା ବୟଫ୍ରେଣ୍ଡର ଫୋନ୍ ଚେକ୍ କରିଥାଆନ୍ତି ? ଗବେଷଣାରୁ ହେଲା ସ୍ପଷ୍ଟ
1 min readସ୍ୱାମୀଙ୍କର କିମ୍ବା ପ୍ରେମିକଙ୍କର ଫୋନ୍କୁ ଲୁଚିଛପି ଦେଖିବା, ଚେକ୍ କରିବାର ଅଭ୍ୟାସ ଅଧିକାଂଶ ମହିଳାଙ୍କର ଥାଏ । ଯେତେବେଳେ ସ୍ୱାମୀ ନିଜର ପାସ୍ୱାର୍ଡ ବଦଳାନ୍ତି ସେତେବେଳେ ଫୋନ୍ ଚେକ୍ କରିବାର ଇଚ୍ଛା ଆହୁରି ବଢିଯାଇଥାଏ । କିପରି ତାଙ୍କ ଠାରୁ ନୂଆ ପାସୱାର୍ଡ ସଂଗ୍ରହ କରିହେବ ସେଥିପାଇଁ ବଡ଼ ଯୋଜନା ମଧ୍ୟ କରିଥାନ୍ତି ସେମାନେ । ତେବେ ଏପରି ଅନେକ କାହିଁକି କରିଥାନ୍ତି ?
ୟୁନିଭରସିଟି ଅଫ୍ ବ୍ରିଟିଶ କଲମ୍ବିଆ ଏବଂ ୟୁନିଭରସିଟି ଅଫ୍ ଲିସବନ ପକ୍ଷରୁ କରାଇଥିବା ଗବେଷଣାରୁ ଏହି ବିଷୟ ପଦାକୁ ଆସିଛି ଯେ, ଅଧିକାଂଶ ଯୁବକ/ଯୁବତୀ ନିଜ ପାର୍ଟନର କିମ୍ବା ବନ୍ଧୁଙ୍କ ଫୋନ୍ ଚେକ୍ କରିବା ପଛର କାରଣ ହେଉଛି ସନ୍ଦେହ ଏବଂ ଅସହ୍ୟ ମନୋଭାବ । ସେମାନଙ୍କ ଧାରଣା ଥାଏ ଯେ, ମୋ ପାର୍ଟନର ଅନ୍ୟ କାହାସହ ଅଧିକ ବନ୍ଧୁତା ସୃଷ୍ଟି ନକରୁ । ଏହି ଘଟଣାକୁ ନେଇ ଅନେକ ସମୟରେ ପ୍ରେମିକ-ପ୍ରେମିକା, ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଝଗଡ଼ା ମଧ୍ୟ ସୃଷ୍ଟି ହୋଇଥାଏ, ସମ୍ପର୍କ ମଧ୍ୟ ଭାଙ୍ଗିଯାଇଥାଏ ।