କାହିଁକି ବନ୍ଦ ରହିଥିଲା ମାନସରୋବର ଯାତ୍ରା ?
1 min readନନ୍ଦିଘୋଷ ବ୍ୟୁରୋ: ୨୦୧୯ ରୁ ବନ୍ଦ ହୋଇଥିବା ମାନସରୋବର ଯାତ୍ରା ପାଇଁ ଭାରତ ଏବଂ ଚୀନ୍ ଉଭୟ ଦେଶ ସହମତି ଦେଇଛନ୍ତି । ପାଞ୍ଚ ବର୍ଷ ପାରେ ବିଭିନ୍ନ ସମସ୍ୟାକୁ ନେଇ ଦୁଇ ଦେଶ ଭିତରେ ଏକ ବୖଠକ ହୋଇଥିଲା ଯେଉଁଥିରେ ୬ଟି ମୁଦ୍ଦାକୁ ନେଇ ଉଭୟ ଦେଶ ସହମତି ଦେଇଛନ୍ତି । ଡ଼ିସେମ୍ବର ୨୦୧୯ ପରଠାରୁ ପ୍ରଥମ ଥର ପାଇଁ ଲଦାଖରେ ଚାରି ବର୍ଷର ବିବାଦ ପରେ ସମ୍ପର୍କର ପନରୁଦ୍ଧାରକୁ ଦୃଷ୍ଟି ରେ ରଖି ସୀମା ପ୍ରସଙ୍ଗରେ ଗଠିତ ଏହି ସମାସ୍ୟା କୁ ଶେଷ କରିବା ଲଗି ଏକ ଗୁରୁତ୍ବପୂର୍ଣ୍ଣ ମିଟିଙ୍ଗ ହୋଇଛି । ଭାରତ ଓ ଚିନ ମଧ୍ୟରେ ହୋଇଥିବା ଏହି ଚୁକ୍ତିନାମାରେ ଭାରତୀୟ ପରାମଶର୍ଦାତା ଅଜିତ ଡ଼ୋଭାଲ ଏବଂ ଚୀନ ପକ୍ଷରୁ ଚୀନର ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ ୟି ଉପସ୍ଥିତ ଥିଲେ । ସୀମା ନଦୀ ଏବଂ ଉଭୟ ଦେଶର ବାଣିଜ୍ୟରେ ଉନ୍ନତି ଆାଣିବା ପ୍ରସଙ୍ଗରେ ସହମତ ଦେଇଛନ୍ତି । ଦ୍ୱିପାକ୍ଷିକ ସମ୍ପର୍କର ଉନ୍ନତି ପାଇଁ ସୀମା ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ଉଭୟ ସ୍ୱତନ୍ତ୍ର ପ୍ରତିନିଧୀ ବର୍ଣ୍ଣନା କରିଛନ୍ତି।ଭାରତ ଏବଂ ଚୀନ୍ର ସ୍ୱତନ୍ତ୍ର ପ୍ରତିନିଧୀମାନେ ସୀମା ବିବାଦ ଉପରେ ଆଲୋଚନା କରି କୌଳାଶ ମାନସରୋବର ଯାତ୍ରା ଆରମ୍ଭ କରିବାକୁ ରାଜି ହୋଇଥିଲେ। ଏହି ବାର୍ତ୍ତାଳାପ ପରେ ଭାରତର ଭକ୍ତମାନେ ଏକ ବଡ଼ ଖବର ପାଇଛନ୍ତି। ଏହାପୂର୍ବରୁ ବ୍ରାଜିଲର ରିଓ ଡି ଜେନେରେୋରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଚୀନ୍ ପ୍ରତିପକ୍ଷ ୱାଙ୍ଗ ୟିଙ୍କୁ ଭେଟିଥିଲେ। ଯେଉଁଥିରେ ମାନସରୋବର ଯାତ୍ରା ଆରମ୍ଭ କରିବା ଏବଂ ଭାରତ ଏବଂ ଚୀନ୍ ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ କରିବା ଭଳି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଗତ ପାଞ୍ଚ ବର୍ଷ ଧରି ଏହି ମାନସରୋବର ଯାତ୍ରା ବନ୍ଦ ରହିଥିଲା ।
ମାନସରୋବର ଯାତ୍ରା କ’ଣ?
ସମୁଦ୍ର ପତ୍ତନଠାରୁ ୧୭ ହଜାର ଫୁଟ ଉଚ୍ଚରେ ଥିବା ଲିପୁଲେଖ ପାସ୍ ଦେଇ କୌଳାଶ ମାନସରୋଭାର ଯାତ୍ରା ଆରମ୍ଭ । ଏହି ଯାତ୍ରା ଜୁନ୍ ମାସରେ ଆରମ୍ଭ ହୋଇଥିଲାବେଳେ ଏହାର ପ୍ରସ୍ତୁତି ଜାନୁଆରୀରୁ ଆରମ୍ଭ ହୋଇଥାଏ । କୌଳାଶ ମାନସରୋବର ଯାତ୍ରା ଏକ ପବିତ୍ର ତୀର୍ଥ ଯାହା ହିନ୍ଦୁ ଧର୍ମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କୌଳାଶ ମାନସରୋବର ଯାତ୍ରା ସମୟରେ ତୀର୍ଥଯାତ୍ରୀମାନେ କୌଳାଶ ପର୍ବତକୁ ବୁଲି ମାନସରୋଭର ହ୍ରଦରେ ଗାଧୋଇଥାନ୍ତି। ଏହି ଯାତ୍ରା ଅତ୍ୟନ୍ତ କଷ୍ଟକର ଏବଂ ତୀର୍ଥଯାତ୍ରୀମାନଙ୍କୁ ଏଥିପାଇଁ ଶାରୀରିକ ଏବଂ ମାନସିକ ସ୍ତରରେ ପ୍ରସ୍ତୁତ ହେବାକୁ ପଡିବ । ଏହି ଯାତ୍ରା ସାଧାରଣତ ୧୪ ରୁ ୨୧ ଦିନ ମଧ୍ୟରେ ସମାପ୍ତ ହୋଇଥାଏ ।
କୌଳାଶ ମାନସରୋବର ଯାତ୍ରା ଏବଂ ଚୀନ୍ର କ’ଣ ରହିଛି ସଂଯୋଗ
କୌଳାଶ ମାନସରୋବର ଯାତ୍ରା ଏବଂ ଚୀନ୍ ମଧ୍ୟରେ ଏକ ଗଭୀର ସଂଯୋଗ ଅଛି । କୌଳାଶ ମାନସରୋବର ଯାତ୍ରା କରିବା ସମୟରେ ଚୀନ୍ର ଅନୁମତି ଆବଶ୍ୟକ କାରଣ ଏହି ଯାତ୍ରା ‘ତିବ୍ଦତରେ’ ଅବସ୍ଥିତ। ‘ତିବ୍ଦତ’ ଯାହା ବର୍ତ୍ତମାନ ଚାଇନାର ଏକ ସ୍ୱୟଂଶାସିତ ଅଞ୍ଚଳ ଅଟେ ତେଣୁ ସେଠାକୁ ଯିବାକୁ ହେଲେ ଚାଇନାର ଟୁରିଷ୍ଟ ଭିସା ନେବାକୁ ପଡିବ। ଚୀନ୍ ସରକାର ଏହି ଅଞ୍ଚଳରେ ଭ୍ରମଣ ପାଇଁ ନିୟମ ଏବଂ ସର୍ତ୍ତ ସ୍ଥିର କରିଛନ୍ତି, ଯାହା ପାଳନ କରିବା ବାଧ୍ୟତାମୂଳକ ଅଟେ।
ମାନସରୋବର ଯାତ୍ରା କାହିଁକି ବନ୍ଦ ହେଲା?
ଗାଲୱାନ୍ ହିଂସା ଏବଂ କରୋନା ମହାମାରୀ ଯୋଗୁଁ ଭାରତ ଏବଂ ଚୀନ୍ ଏବଂ କୌଳାଶ ମାନସରୋବର ତୀର୍ଥଯାତ୍ରା ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ବନ୍ଦ ହୋଇଯାଇଥିଲା। ଅତୀତରେ ଚାଇନା ପ୍ରାୟ ୫୦,୦୦୦ ଭାରତୀୟ ତୀର୍ଥଯାତ୍ରୀଙ୍କୁ କୌଳାଶ ମାନସରୋବର ପରିଦର୍ଶନ କରିବାକୁ ଅନୁମତି ଦେବାକୁ ମନା କରିଦେଇଥିଲେ। ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ଖରାପ ହେତୁ ଡ୍ରାଗନ୍ ଭାରତୀୟଙ୍କ ପାଇଁ ନୂତନ ଅନୁମତି ନଦେବାକୁ ସୂଚିତ କରିଥିଲେ। ଗତ ବର୍ଷ ଏପ୍ରିଲରେ ବେଜିଂ କୌଳାଶ ମାନସରୋବରର ପ୍ରବେଶ ଦ୍ୱାର ହିଲସା ବର୍ଡର ପଏଣ୍ଟ ଖୋଲିଥିଲା। ପର୍ୟ୍ୟଟନ ଶିଳ୍ପ ସହିତ ଜଡିତ ଲୋକମାନେ ମଧ୍ୟ ଭାରତୀୟମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିବାରୁ ନିରାଶ ହୋଇଥିଲେ।
ନେପାଳର ଲୋକଙ୍କ ପାଇଁ ବାଣିଜ୍ୟ ଏବଂ ଗତିବିଧି ପାଇଁ ଚୀନ୍ କିଛି ସୀମା ପଏଣ୍ଟ ଖୋଲିଥିଲା କିନ୍ତୁ ଭାରତୀୟ ତୀର୍ଥଯାତ୍ରୀମାନଙ୍କ ପାଇଁ ବିଶେଷ ପ୍ରତିବନ୍ଧକ ଲଗାଇଥିଲା। ଏହି ନିଷେଧାଦେଶ ହଜାର ହଜାର ଭାରତୀୟଙ୍କ ବହୁ ସମ୍ମାନିତ ତୀର୍ଥସ୍ଥାନ ପରିଦର୍ଶନ କରିବାକୁ ଆଶା ହରାଇଥିଲା। ମାତ୍ର ଚୀନ ତାକୁ ରୋକିଦେଇଥିଲା । ୨୦୨୦ ମସିହାରୁ, କୌଳାଶ ମାନସରୋବର ଯାତ୍ରାର ଉଭୟ ସରକାରୀ ମାର୍ଗ ଭାରତୀୟଙ୍କ ପାଇଁ ବନ୍ଦ ରହିଲା ଜ୍ଝ ଏହି ଯାତ୍ରା ଉପରେ ଚୀନ୍ ଅନେକ ପ୍ରତିବନ୍ଧକ ଲଗାଇଥିଲା, ଯେଉଁଥିପାଇଁ ଭାରତୀୟଙ୍କ ପାଇଁ ଏହି ଯାତ୍ରା କରିବା କଷ୍ଟକର ହୋଇପଡିଥିଲା। ଚାଇନା ଏପରିକି କୌଳାଶ ମାନସରୋବର ଯାତ୍ରା ପାଇଁ ଶୁଳ୍କ ବୃଦ୍ଧି କରିଦେଇଥିଲା।ଯାହାଫଳରେ ଭାରତୀୟଙ୍କ ପାଇଁ ଏହା ଏକ ସମସ୍ୟା ସୃଷ୍ଟି କରିଥିଲା ।