ବିରାଟ କୋହଲିଙ୍କୁ କାହିଁକି RCBର ଅଧିନାୟକ କରାଗଲାନି: ଜାଣନ୍ତୁ ୫ଟି ବଡ଼ କାରଣ
1 min read![](https://nandighoshatv.com/wp-content/uploads/2025/02/Virat-Kohli-1024x576.jpg)
ଆଇପିଏଲ ୨୦୨୫ ପାଇଁ ଆରସିବି ନୂଆ ଅଧିନାୟକଙ୍କ ନାମ ଘୋଷଣା କରିଛି । ରଜତ ପାଟୀଦାରଙ୍କୁ ଟିମର ଦାୟିତ୍ବ ଦିଆଯାଇଛି । ତେବେ ସବୁଠାରୁ ବଡ଼ କଥା ହେଉଛି ବିରାଟ କୋହଲି ମଧ୍ୟ ଅଧିନାୟକ ରେସରେ ରହିଥିଲେ । ଏହା ପରେ ବି ବିରାଟଙ୍କ ପରି ଜଣେ ଅଭିଜ୍ଞ ତଥା ଦକ୍ଷତାସମ୍ପନ୍ନ କ୍ରିକେଟରଙ୍କୁ କ’ଣ ପାଇଁ ଅଧିନାୟକ କରାଗଲାନି ସେନଇ ଫ୍ୟାନ୍ସଙ୍କ ମନରେ ଉଠିଛି ପ୍ରଶ୍ନ । ବିରାଟଙ୍କୁ ଅଧିନାୟକ କରା ନଯିବା ପଛରେ ରହିଛି ୫ଟି ବଡ଼ କାରଣ ।
୧- ବିରାଟ ଆରସିବିର ଅଧିନାୟକ ନ ହେବାର ଏକ ବଡ଼ କାରଣ ହୋଇପାରେ ବୟସଗତ ସମସ୍ୟା । ବିରାଟ ଏବେ ୩୭ ବର୍ଷ ବୟସରେ ଉପନୀତ ହୋଇ ସାରିଥିବା ବେଳେଟିମ୍ ମ୍ୟାନେଜମେଣ୍ଟ ଜଣେ ଯୁବ ଖେଳାଳିଙ୍କ ଉପରେ ଦାୟିତ୍ବ ନ୍ୟସ୍ତ କରିଥିଲା । ଏଥିସହିତ ବିରାଟଙ୍କ ଖେଳ ପୂର୍ବପରି ରହିନାହିଁ । କ୍ୟାପ୍ଟେନ ପଦ ସମ୍ଭାଳି ଖେଳକୁ ପ୍ରଭାବିତ କରିବାକୁ ବିରାଟ ଚାହିଁବେ ନାହିଁ ।
୨- ରଜତ ପଟୀଦାର ଅଧିନାୟକ ହେବାର ସବୁଠାରୁ ବଡ଼ କାରଣ ହେଉଛନ୍ତି ବିରାଟ । ନିଜେ ବିରାଟ ଏହି ରୋଲ ପାଇଁ ଇଚ୍ଛୁକ ନଥିଲେ । ବିରାଟଙ୍କ ପରେ ସବୁଠାରୁ ଶାନଦାର ବ୍ୟାଟ୍ସମ୍ୟାନ ଭାବେ ରଜତଙ୍କ ନାମ ସାମ୍ନାକୁ ଆସିଥିଲା । ସେଥିପାଇଁ ରଜତଙ୍କ ନାମରେ ମୋହର ବାଜିଥିଲା ।
୩- ରଜତ ଦୀର୍ଘସମୟ ଧରି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବା ସହ ମଧ୍ୟପ୍ରଦେଶର ଅଧିନାୟକ ରହିଥିଲେ । ଟି-୨୦ ଫର୍ମାଟରେ ତାଙ୍କର ନେତୃତ୍ବକୁ ସର୍ବଦା ପ୍ରଶଂସା କରାଯାଇଥାଏ । ସେ ଜଣେ ଆକ୍ରାମକ ଅଧିନାୟକ ଭାବେ ବେଶ ଜଣାଣୁଣା ଅଟନ୍ତି । ରଜତ ୧୬ଟି T-20ରେ ଅଧିନାୟକ ପଦ ସମ୍ଭାଳିଥିବା ବେଳେ ସେଥିରୁ ୧୨ଟିରେ ଦଳକୁ ବିଜୟୀ କରାଇଥିଲେ । ତାଙ୍କର ବିଜୟ ହାର ୭୫ ପ୍ରତିଶତ ରହିଛି ।
୪- ଆରସିବି କେବଳ ଗୋଟିଏ ସିଜିନ ପାଇଁ ନୁହେଁ, ଆଗାମୀ ୩-୪ ସିଜନ ପାଇଁ ଅଧିନାୟକ ଚୟନ କରିବାକୁ ଚାହୁଁଥିଲା । ସେଥିପାଇଁ ରଜତ ବିଲକୁଲ ଫିଟ ଥିଲେ । ଅନ୍ୟ କୌଣସି ଖେଳାଳି ତାଙ୍କର ସମକକ୍ଷ ନଥିଲେ ।
୫- ରଜତ ଜଣେ ଭଲ ବ୍ୟାଟ୍ସମ୍ୟାନ ହୋଇଥିବା ବେଳେ ଅଧିନାୟକ ଦାୟିତ୍ବ ତାଙ୍କ ଉପରେ ଚାପ ସୃଷ୍ଟି କରିନଥାଏ । ନିକଟରେ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ସେ ଏହା ପ୍ରମାଣ କରି ଦେଖାଇଛନ୍ତି । ମଧ୍ୟପ୍ରଦେଶର ଏହି ଖେଳାଳି ୧୮୬ ଷ୍ଟ୍ରାଇକ ରେଟରେ ୪୨୮ ରନ୍ ସଂଗ୍ରହ କରିଥିବା ବେଳେ ସେଥିରେ ୫ଟି ଅର୍ଦ୍ଧଶତକ ସାମିଲ ରହିଛି ।