ମିଛ କହି ଫ୍ଲାଇଟରେ ବସିଗଲେ କରୋନା ପଜିଟିଭ୍‌, ବସୁ ବସୁ ଚାଲିଗଲା ଜୀବନ

1 min read

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭୟ ଶେଷ ହୋଇନାହିଁ । ଏହି ମହାମାରୀରେ ଏପର୍ଯ୍ୟନ୍ତ ୧୭ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇ ସାରିଛି । ପ୍ରାୟ ୭.୭୩ କୋଟି ଲୋକ ସଂକ୍ରମିତ ହୋଇଛନ୍ତି । ଏଭଳି ପରିସ୍ଥିତିରେ ଆମେରିକାରେ ଏକ ଆଶ୍ଚର୍ଯ୍ୟ କରିବା ଭଳି ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ଜଣେ କରୋନା ପଜିଟିଭ୍‌ବ୍ୟକ୍ତି ମିଛ କହି ଫ୍ଲାଇଟରେ ବସିଗଲେ ଏବଂ ବସୁ ବସୁ ହଠାତ୍‌ତାଙ୍କ ଜୀବନ ଚାଲିଗଲା ।

ଖବର ମୁତାବକ ଏକ ସପ୍ତାହ ହେବ ଉକ୍ତ ବ୍ୟକ୍ତିଙ୍କ ଜଣଙ୍କ ନିକଟରେ କୋଭିଡ ଲକ୍ଷଣ ଦେଖା ଯାଉଥିଲା । କିନ୍ତୁ ବ୍ୟକ୍ତି ଜଣକ ଏହି କଥା ଲୁଚାଇ ରଖିଥିଲେ । ଫ୍ଲାଇଟ ଉଡ଼ାଣ ଭରିବା ପୂର୍ବରୁ ବ୍ୟକ୍ତି ଜଣକ ଖୁବ ଥରୁଥିଲେ । ଏହା ସହିତ ନିଶ୍ୱାସ ନେବାରେ ମଧ୍ୟ ସମସ୍ୟା ହେଉଥିଲା । ଫ୍ଲାଇଟ ଟେକଓଭର କରିବାମାତ୍ରେ ଉକ୍ତ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ଗମ୍ଭୀର ହୋଇଗଲା । ଏଭଳି ପରିସ୍ଥିତି କେତେକ ଯାତ୍ରୀଙ୍କ ସେହି ବ୍ୟକ୍ତିଙ୍କ ନିକଟକୁ ଆସିଗଲେ । କେବିନ୍‌କ୍ରୁ ପାରାମେଡିକ୍ସ ସହାୟତାରେ ଉକ୍ତ ଯାତ୍ରୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କଲେ । କିନ୍ତୁ ଫ୍ଲାଇଟ ଟେକ ଓଭର କରିବାର ଏକ ଘଣ୍ଟା ମଧ୍ୟରେ ବ୍ୟକ୍ତିଙ୍କ ନିଶ୍ୱାସ ବନ୍ଦ ହୋଇଗଲା ।

ଆମେରିକାର ଜନ୍‌ହପିକିନ୍ସ ୟୁନିଭର୍ସିଟିର CSSE ଅନୁସାରେ ବିଶ୍ୱରେ ୧୯୧ ଦେଶରେ କରୋନା ଭୂତାଣୁରେ ଏପର୍ଯ୍ୟନ୍ତ ୭,୭୩,୪୨,୩୯୯ ଲୋକ ସଂକ୍ରମିତ ହୋଇଥିବା ବେଳେ ୧୭ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୮୦ ଲକ୍ଷ ଅତିକ୍ରମ କରିସାରିଲାଣି । ଏମାନଙ୍କ ମଧ୍ୟରୁ ୩,୧୯,୧୯୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଛି । ସଂକ୍ରମଣ ମାମଲାରେ ଦ୍ୱିତୀୟ ସ୍ଥାନରେ ଥିବା ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ଅତିକ୍ରମ କରି ସାରିଲାଣି । ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୫ ହଜାର ଅତିକ୍ରମ କରିସାରିଛି । ବ୍ରାଜିଲରେ ୧,୮୭,୨୯୧ ଜଣଙ୍କର ମୃତ୍ୟୁ ହୋଇ ସାରିଛି ।

Leave a Reply