spot_img

Latest Posts

ଜାପାନରେ ଗର୍ଭବତୀ ମହିଳାଙ୍କ ପରି ବୁଲୁଛନ୍ତି ନେତା, ଜାଣନ୍ତୁ ଏହା ପଛର ରହସ୍ୟ…

ଟୋକିଓ: କିଛି ଦିନ ହେବ ଜାପାନରେ ଶାସକ ଦଳର ପୁରୁଷ ନେତାମାନେ ଏକ ଓଜନିଆ ଜ୍ୟାକେଟ୍ ପିନ୍ଧି ବୁଲୁଥିବା ନଜରକୁ ଆସିଛନ୍ତି। ଯାହାର ଓଜନ ରହିଛି ୭.୫ କିଲୋ। ସେମାନଙ୍କୁ ଦୂରରୁ ଦେଖିଲେ ଯେକେହିବି ଗର୍ଭବତୀ ମହିଳା ଭାବି ବସିବେ । ଆଉ ସେହି ଜ୍ୟାକେଟକୁ ପିନ୍ଧି ସେମାନେ ଅଫିସ ସହ ସପିଂ ଓ ଘର କାମ ବି କରୁଛନ୍ତି । କେବଳ ପୂର୍ଣ୍ଣ ଅଧିବେଶନ ସମୟରେ ଏହି ଜ୍ୟାକେଟକୁ ଓହ୍ଲାଇଥାନ୍ତି ନେତାମାନେ। ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବା ରାଜନେତା ମାନେ ଏଭଳି କାହିଁକି କରୁଛନ୍ତି?

କହିବାକୁ ଗଲେ ଗର୍ଭ ଧାରଣ ସମୟରେ ମହିଳା ମାନେ ଯେଉଁ କଷ୍ଟ ଭୋଗିଥାନ୍ତି ତା’କୁ ଅନୁଭବ କରିବା ଲାଗି ଏଠାକାର ରାଜନେତା ମାନେ ଏଭଳି ଓଜନଦାର ଜ୍ୟାକେଟ୍ ପିନ୍ଧୁଛନ୍ତି । ଏଭଳି ପ୍ରୟାସ ଦ୍ୱାରା ସେ ପୁରୁଷ ରାଜନେତାଙ୍କୁ ମହିଳା କଷ୍ଟ ଓ ସମସ୍ୟାକୁ ବୁଝାଇବା ଲାଗି ପ୍ରୟାସ କରିଛନ୍ତି ।ଏହାକୁ ଅର୍ଗାନାଇଜ କରିଛନ୍ତି ତାକାକୋ ସୁଜୁକି ନାମକ ଜଣେ ମହିଳା ରାଜନେତା।

ଖାସକରି ଗର୍ଭଧାରଣ ସମୟରେ କର୍ମଜୀବୀ ମହିଳା ମାନଙ୍କର କାର୍ଯ୍ୟକ୍ଷେତ୍ରରେ ଠିକ୍ ସେ ଧ୍ୟାନ ରଖାଯାଇନଥାଏ । ଯାହାଫଳରେ ସେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏନେଇ ଓସାକାର ଜଣେ ମହିଳା ଗର୍ଭଧାରଣ ସମୟରେ କର୍ମକ୍ଷେତ୍ରର କରୁଣ କାହାଣୀ ବଖାଣିଥିଲେ । ୱାଇସ୍ ଓାଲ୍ଡ ନ୍ୟୁଜକୁ କହିଛନ୍ତି ଯେ ଗର୍ଭଧାରଣର ପ୍ରାରମ୍ଭରେ ବହୁତ ସମସ୍ୟା ଅନୁଭବ ହୋଇଥିଲା। ବେଳେ ବେଳେ ଲାଗୁଥିଲା ଯେମିତି ମିସ୍ କ୍ୟାରେଜ୍ ହୋଇଯିବ ବୋଲି । ଏତେ କଷ୍ଟ ମଧ୍ୟରେ ସେ ନିଜ ବସଙ୍କୁ ଛୁଟି ମାଗିବା ପାଇଁ ମଧ୍ୟ ସାହାସ ଜୁଟାଇ ପାରିନଥିଲି ବୋଲି ପ୍ରକାଶ କରିଛନ୍ତି ।
ଜାପାନୀ ନେତା ମସନଓବୁ ଓଗୁରା ଟ୍ୱିଟ୍ କରି କହିଛନ୍ତି ଯେ ଏଭଳି ପ୍ରୟାସ ଦ୍ୱାରା ଆମେ ଗର୍ଭବତୀ ମହିଳାଙ୍କ କିଛିଟା କଷ୍ଟକୁ ଅନୁଭବ କରିପାରିଛୁ। ଏବେ ସେମାନଙ୍କୁ କଷ୍ଟକୁ ଲାଘବ କରିବା ଲାଗି ଆମେ ପ୍ରଚେଷ୍ଟା କରିବୁ।

ୱାଇସ୍ ନ୍ୟୁଜ୍ ସହ ଆଲୋଚନା ବେଳେ କ୍ୟାରିୟର୍ କନସଲଟାଣ୍ଟ ଅସାକୋ ନିହାରା କହିଛନ୍ତି ଯେ ଜାପାନରେ ଅନେକ ଗର୍ଭବତୀ ମହିଳା ରହିଛନ୍ତି । ଯେଉଁମାନେ କି ଠିକ୍ ସେ ଖାଇବା ପିଇବା କରିପାରନ୍ତି ନାହିଁ କି ସେମାନଙ୍କୁ ଭଲଭାବେ ସପୋର୍ଟ ମିଳିପାରିନଥାଏ । ଏହି ସରକାରୀ ଅଧିକାରୀ ମାନେ କେବଳ ପ୍ରେଗନେସି ପ୍ରୟୋଗରେ ଭାଗ ନନିଅନ୍ତୁ ବରଂ ମହିଳାଙ୍କ ସମସ୍ୟାକୁ କମ୍ କରିବା ପାଇଁ ଯଥାସମ୍ଭବ ସହାୟତା କରିବା ଆବଶ୍ୟକ ।

Latest Posts

Don't Miss